ଭିନ୍ନକ୍ଷମ ଜୋମାଟୋ ଡେଲିଭରୀ ବୟ , ଏହିପରି ଘରେ ଘରେ ବୁଲି କରୁଛନ୍ତି ଖାଦ୍ୟ ଡେଲିଭର !
ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ , ରାସ୍ତା ଆପେ ଆପେ ଖୋଲିଯାଏ । ସେହିଭଳି ଏକ ନିଆରା ଡେଲିଭରୀ ବୟ ଯିଏ ଏବେ ଏକ ଉଦାହରଣ ପାଲଟିଛନ୍ତି ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି. ଯେଉଁଥିରେ ଜଣେ ବ୍ୟକ୍ତି ଜୋମାଟୋ ଡେଲିଭରୀ ବୟ ରୁପେ କାର୍ଯ୍ୟରତ । ସେ ଜୋମାଟୋ ଟିସାର୍ଟ ପିନ୍ଧିଛନ୍ତି ଏବଂ ଏକ ତିନି ଚକିଆ ସାଇକେଲରେ ଘରେ ଘରେ ଖାଇବା ପହଂଚାଉଥିବାର ଦେଖିବାକୁ ମିଳିଛି ।
#Zomato you keep rocking , you made my day , this man is the inspiration for all who thinks there’s life is screwed , please make this man famous pic.twitter.com/DTLZKzCFoi
— Honey Goyal (@tfortitto) May 17, 2019
ଇଚ୍ଛା ଶକ୍ତିର ଉଦାହରଣ ସାଜିଥିବା ଏହି ଭିଡିଓ ଲୋକଙ୍କ ମନରେ ପ୍ରେରଣା ଜଗାଇଛି । ଏହି ଭିଡିଓଟିକୁ ପ୍ରଥମେ ହନି ଗୋୟଲ ନାମକ ୟୁଜର ନିଜ ସୋସିଆଲ ଅକାଉଂଟରେ ଶେୟାର କରିଛନ୍ତି । ଏହାସହ କ୍ୟାପଶନ ଲେଖି ଏହି ବ୍ୟକ୍ତିଙ୍କର ପ୍ରଶଂସା କରିଛନ୍ତି । ଏହାସହ ସେ ଲେଖିଛନ୍ତି ଯେ ଏହିଭଳି କିଛି ବ୍ୟକ୍ତି ଅଛନ୍ତି ଯିଏ ନିଜକୁ ଦୁର୍ବଳ ଭାବୁଛନ୍ତି ତାଙ୍କ ପ୍ରେରଣା ପାଲଟିଛି । ଏହାକୁ ଅଧିକ ମାତ୍ରାରେ ଶେୟାର କରିବା ପାଇଁ ଅନୁରୋଧ କରିଛନ୍ତି ।
We need more companies to step forward and empower . ♥️ good going @ZomatoIN https://t.co/URNV39AEUa
— Raveena Tandon (@TandonRaveena) May 18, 2019
ଏହାପରେ ଏହି ବ୍ୟକ୍ତିଙ୍କ ପରିଚୟ ପାଇଁ ସନ୍ଧାନ କରାଗଲା । ବ୍ୟକ୍ତି ଜଣକ ଜୋମାଟୋ କର୍ମଚାରୀ ଅଟନ୍ତି ଏବଂ ତାଙ୍କ ନାଁ ରାମୁ । ଯିଏ ଘରେ ଘରେ ବୁଲି ଖାଦ୍ୟ ଡେଲିଭରୀ କରୁଛନ୍ତି ସେ ବି ତାଙ୍କ ତିନି ଚକିଆ ଯାନରେ । ରାମୁଙ୍କର ଏପରି କାର୍ଯ୍ୟକୁ ଆଖିରେ ରଖି କିଛି ୟୁଜର୍ସ ଫଣ୍ଡିଂ ପ୍ଲାଟଫର୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ଫଣ୍ଡିଂ ପ୍ଲାଟଫର୍ମ ରାମୁଙ୍କ ପାଇଁ ସହଜରେ କିପରି ଏକ ଇଲେକ୍ଟ୍ରିକ ଯାନ ଯୋଗାଇ ହେବ, ତା’ର ପ୍ରସ୍ତୁୂତି ।
@ZomatoIN … @Zomato@zomatocare
????????Kindly help him more by providing him with battery operated special tricycle for easy commutation .. for his positive attitude to lead the life. https://t.co/4evstaEz3d
— யாரோ இவன் !!! (@yaro_evan) May 19, 2019
ଏହିଭଳି ଘଟଣାକୁ ଆଖି ଆଗରେ ରଖି ପ୍ରମାଣିତ ହେଉଛି ଯେ ସୋସିଆଲ ମିଡିଆ କେତେ ଶକ୍ତିଶାଳୀ । ଯାହା ରାମୁ ଭଳି ବ୍ୟକ୍ତିତ୍ୱକୁ ସମସ୍ତଙ୍କୁ ସାମ୍ନାକୁ ଆଣିପାରୁଛି ଏବଂ ଏଠାରେ ଜୋମାଟୋକୁ ମଧ୍ୟ କୃତଜ୍ଞତା ଜଣାଯାଉଛି ଯେ ସେ ରାମୁ ଭଳି ପିଲାଙ୍କୁ ଚାକିରୀ ଦେଉଛି । ଯାହା ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ସାହାଯ୍ୟ କରୁଛି ।