Only for Entertainment

ତୁଳସୀ ମୂଳରେ ସ୍ଥାପନା କରନ୍ତୁ ଏହି ଜିନିଷ, ଘରର ଚାରିପାଖରେ ରହିବ ସୁରକ୍ଷା ଚକ୍ର

Indiamarks
0 52

ଅନେକ ଲୋକ ନିଜ ଘର-ପରିବାରକୁ ସୁରକ୍ଷିତ ରଖିବା ପାଇଁ ଅତ୍ୟାଧୁନିକ ଟେକନିକ୍ସ ଠାରୁ ଆରମ୍ଭ କରି ଅନେକ ଉପାୟ ଅବଲମ୍ବନ କରିଥାନ୍ତି । ଏହାପରେ ମଧ୍ୟ ଚୋର ପ୍ରଭୃତିର ଲୋକ ସୁରକ୍ଷା ବ୍ୟବସ୍ଥାକୁ କାଟି ଦେଇଥାନ୍ତି । ଯାହା ଫଳରେ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଶାସ୍ତ୍ର ସମ୍ମତ ଏପରି ଏକ ଉପାୟ ଯାହା ଦ୍ୱାରା ଧନ, ସୌଭାଗ୍ୟ ଏବଂ ବୈଭବ ସର୍ବଦା ଘରେ ବାସ କରିଥାନ୍ତି । ଘରର ଚାରି ପାଶ୍ୱର୍ରେ ସର୍ବଦା ସୁରକ୍ଷା ଚକ୍ର ରହିଥାଏ । ପ୍ରତ୍ୟେକ ହିନ୍ଦୁ ପରିବାରରେ ତୁଳସୀ ଗଛକୁ ପୂଜା କରାଯାଇଥାଏ । ଏହା ମୂଳରେ ଶାଳଗ୍ରାମକୁ ସ୍ଥାପନା କରି ପ୍ରତିଦିନ ପୂଜା କରନ୍ତୁ ।

ଶାଳଗ୍ରାମ ଶ୍ରୀ ହରି ବିଷ୍ଣୁଙ୍କ ସ୍ୱରୁପ ହୋଇଥାଏ । ଯେଉଁଠାରେ ତୁଳସୀ ଏବଂ ଶାଳଗ୍ରାମକୁ ଏକ ସହିତ ପୂଜା କରାଯାଇଥାଏ ସେଠାରେ ପ୍ରତ୍ୟେକ ଦେବା ଦେବୀ ବାସ କରିଥାନ୍ତି । ଶାଳଗ୍ରାମ କଳା ରଙ୍ଗର ଚିକ୍କଣ, ଅଣ୍ଡାକୃତ୍ତି ପଥର ଅଟେ । ଶାଳଗ୍ରାମର ପ୍ରାଣ ପ୍ରତିଷ୍ଠା କରିବାକୁ ପଡିନଥାଏ । ଏହାକୁ ଯେକୌଣସି ସ୍ଥାନରେ ସ୍ଥାପନା କରି ପୂଜା କରାଯାଇପାରେ ।

ଶାଳଗ୍ରାମ ପଥର ନେପାଳର ଗଣ୍ଡକୀ ନଦୀରେ ମିଳିଥାଏ । ଗଣ୍ଡକୀ ନଦୀକୁ ତୁଳସୀର ରୂପ କୁହାଯାଏ । ଏହା ଗଣ୍ଡକୀ ନଦୀର ଏକ ବିଶିଷ୍ଟ ପ୍ରକାରର ପଥର । ଯହା ଉପରେ ଚକ୍ର, ଗଦା ଆଦି ଚିହ୍ନ ପ୍ରଥମରୁ ରହିଥାଏ । ଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ପଥର ଭଗବାନ ବିଷ୍ଣୁଙ୍କ ସ୍ୱରୂପ ହୋଇଥିବାରୁ ଏହାକୁ ଶାଳଗ୍ରାମ ଶିଳା କୁହାଯାଏ । ବିଦ୍ୱାନୀଙ୍କ ମତରେ ଶିବ ପୂରାଣରେ ଲୋଖା ହୋଇଛି ଭଗବାନ ବିଷ୍ଣୁ ସ୍ୱୟଂ କହିଛନ୍ତି ଯେ ‘ସେ ଗଣ୍ଡକୀ ନଦୀରେ ବାସ କରନ୍ତି । ଏହି ନଦୀରେ ଥିବା ଅନେକ ପୋକ ନିଜ ତିକ୍ଷଣ ଦାନ୍ତରେ ପଥରକୁ କାଟି ଏହା ଉପରେ ବିଷ୍ଣୁଙ୍କ ଚକ୍ର ଚିହ୍ନ ତିଆରି କରିବେ ।’ ଏଥିପାଇଁ ଏହି ଶିଳାକୁ ଭଗବାନ ବିଷ୍ଣୁଙ୍କ ସ୍ୱରୁପ ଭାବି ପୂଜା କରାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More