Only for Entertainment

ଦଶହରାରେ ପୁଣିଥରେ ସାମ୍ନା-ସାମ୍ନୀ ହେବେ ଓଲିଉଡର ଏହି ଦୁଇ ସଙ୍ଗୀତ ନିର୍ଦ୍ଦେଶକ ।

77

ଏଥର ଦଶହରାରେ ପରଦାକୁ ଆସିବ ଦୁଇ ଦୁଇଟି ଓଡିଆ ଫିଲ୍ମ ‘ଶ୍ରୀମାନ ସୁରଦାସ’ ଓ ‘ପ୍ରେମ କୁମାର’ । ଏଦୁଇ ଫିଲ୍ମ ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି କୁହାଯାଉଛି । ହିରୋ ବାବୁସାନ ଓ ଅନୁଭବଙ୍କ ମଧ୍ୟରେ ଟକ୍କରା-ଟକ୍କରି ଦେଖିବାକୁ ମିଳିବ ପରଦା ଉପରେ । ହେଲେ ଏହି ଫିଲ୍ମର ପରଦା ପଛରେ ଥିବା ଦୁଇ ଜଣ ସଙ୍ଗୀତକାରଙ୍କ ଭିତରେ ପୁଣି ଥରେ ଟକ୍କର ଦେଖିବାକୁ ମିଳିବ । ଏ ଦୁହେଁ ଓଲିଉଡର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ । ଏବେ ଆପଣମାନେ ଜାଣି ସାରିଥିବେ ଯେ ଆମେ କାହା କଥା କହୁଛୁ । ଏ ଦୁହେଁ ହେଉଛନ୍ତି ପ୍ରେମ ଆନନ୍ଦ ଓ ଅଭିଜିତ ମଜୁମଦାର ।

ଅଭିଜିତ ୨୦୦୦ ମସିହାରେ ରିଲିଜ ହୋଇଥିବା ଫିଲ୍ପ ‘କାଶିଆ କପିଳା’ରୁ ଓଲିଉଡରେ ଏଣ୍ଟ୍ରି ନେଇଥିଲେ । ତା’ପରେ ସେ ପଛକୁ ଫେରି ଚାହିଁ ନାହାନ୍ତି । ବିଗତ ୧୮ ବର୍ଷ ଭିତରେ ଅଭିଜିତ ଲଗାତାର ହିଟ ଦେଇ ଚାଲିଛନ୍ତି । ଅନ୍ୟ ପକ୍ଷରେ ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ତୁ ଏକା ଆମ ସାହା ଭରସା’ ଜରିଆରେ ସଂଗୀତକାର ଭାବେ ଓଲିଉଡରେ ପ୍ରବେଶ କରିବା ପରେ ଆଜି ଯାଏ ସକ୍ରିୟ ଅଛନ୍ତି ।

ପ୍ରେମ ଆନନ୍ଦ ଏଥର ପୂଜା ବଜାରର ସିନେମା ‘ପ୍ରେମ କୁମାର’ରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିଜିତ ମଜୁମଦାର ‘ଶ୍ରୀମାନ ସୁରଦାସ’ର ସଙ୍ଗୀତ ନିର୍ଦ୍ଦେଶକ । ଉଭୟ ସଙ୍ଗୀତକାରଙ୍କ ଭିତରୁ କାହାର ଗୀତ ଅଧିକ ମାତ୍ରାରେ ଆକର୍ଷିତ କରୁଛି, ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More