Only for Entertainment

ମାଡ଼ ଖାଇ ମଧ୍ୟ କର୍ତ୍ତବ୍ୟ ଭୁଲି ନାହାଁନ୍ତି ସାମ୍ବାଦିକା ।ଫଟୋରେ ନଜର ଆସିଲା ଦୁଃଖଭରା ବାସ୍ତବ ଘଟଣା ।

the lollantop
14

ନିକଟରେ ଏକ ଫଟୋ ଖୁବ ଭାଇରାଲ ହେଉଛି । ମିଡିଆ ଚ୍ୟାନେଲ ମାନେ ତ କାହାଣୀକୁ ଦର୍ଶାଉଛନ୍ତି ,କିନ୍ତୁ ସାଧାରଣ ଲୋକ ଏହାକୁ ବାରମ୍ବାର ଶେୟାର କରିବାକୁ ପଛାଉ ନାହାଁନ୍ତି । ପୂର୍ବରୁ ମଧ୍ୟ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ଜଣେ ମହିଳା ଟିଭି ଆଙ୍କର ନିଜ ସ୍ୱାମୀଙ୍କ ମୃତ୍ୟୁ ଖବରକୁ ଲାଇଭ ପଢୁଥିଲେ, କିନ୍ତୁ ଧୈର୍ଯ୍ୟହରା ହୋଇପଡ଼ି ନଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଖବର ପରିବେଷଣ କରିଥିଲେ । ଯାହାପରେ ତାଙ୍କ ପ୍ରତି ସମ୍ମାନ ଅଧିକ ବଢି ଯାଇଥିଲା । କାରଣ ସେ ତାଙ୍କ ପେଶାକୁ ଭୁଲିନଥିଲେ । ଆଜ୍ଞା ହଁ ନିକଟରେ ସେହିଭଳି ଏକ ଦୁଃଖଭରା ଘଟଣା ସାମ୍ନାକୁ ଆସିଛି । ଯାହାକୁ ଜାଣିବା ପରେ ଆପଣ ମଧ୍ୟ ସେହିଭଳି ଜଣେ ମହିଳାଙ୍କୁ ସାଲ୍ୟୁଟ ନ କରି ରହିପାରିବେ ନାହିଁ ।

ବର୍ତ୍ତମାନ ସାବରିମାଳା ମନ୍ଦିରର ଚର୍ଚ୍ଚା ସମ୍ପୁର୍ଣ୍ଣ ବିଶ୍ୱରେ ଚାଲିଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି ।ଜଣେ ମହିଳା ସାମ୍ବାଦିକା (କ୍ୟାମେରା ପର୍ସନ୍) ସାବରିମାଳା ଘଟଣାକୁ ନିଜ କ୍ୟାମେରାରେ କଏଦ୍ କରିବା ପାଇଁ ଥିରୁୱନନ୍ତପୁରମ୍ ସ୍ଥାନକୁ ଯାଇଥିଲେ ଯେଉଁଠାରେ ଭାରତୀୟ ଜନତା ପାର୍ଟିର କିଛି କର୍ମକର୍ତ୍ତା ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମଧ୍ୟ ମାରିଥିଲେ । ଏହି ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ମହିଳା ଜଣକ ସାବରିମାଳା ମନ୍ଦିରରେ ଦର୍ଶନ ପାଇଁ ଯାଇଥିବା ଦୁଇ ମହିଳାଙ୍କ ଉପରେ କଭରେଜ୍ ନେଉଥିଲେ । ମହିଳାଜଣକ କୈରାଳୀ ଟି.ଭିର ଜଣେ କ୍ୟାମେରା ପର୍ସନ୍ ବୋଲି ଜଣାପଡିଥିବା ବେଳେ ତାଙ୍କ ନାମ ସାଜିଲା ଅଲ୍ଲୀ ଫାତିମା ବୋଲି ଜଣାପଡିଛି । ନିକଟରେ ତାଙ୍କର ଏକ ଫଟୋ ଝଡ ପରି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ହାତରେ କ୍ୟାମେରା ଧରି ସେ ନିଜ ପେସାକୁ ଅବହେଳା କରୁନଥିବା ବେଳେ ବ୍ୟକ୍ତିଗତ କ୍ଷୋଭ କାରଣରୁ ତାଙ୍କ ଆଖିରେ ଆଖିଏ ଲୁହ ମଧ୍ୟ ଜକେଇ ଆସିଛି । ଏଭଳି ଏକ ଫଟୋକୁ ଅନ୍ୟ ଜଣେ କେହି ଉତ୍ତୋଳନ କରି ଇଣ୍ଟରନେଟ୍ ରେ ଭାଇରାଲ୍ କରିଥିଲେ । ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ , ଡୁଲ୍ ନ୍ୟୁଜ୍ ଅନୁସାରେ ଫାତିମାଙ୍କ କହିବାନୁସାର ସେ ବିଜେପି କର୍ମକର୍ତ୍ତାଙ୍କ ଏଭଳି ବ୍ୟବହାରରେ ନଡରି ନିଜ କାମ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More