Only for Entertainment

ମାଙ୍ଗଳିକ କାର୍ଯ୍ୟରେ କାହିଁକି ହାତରେ ଡୋର ବନ୍ଧାଯାଏ?

rgyan
46

ବିବାହ ବ୍ରତ ଭଳି କୌଣସି ମାଙ୍ଗଳିକ କାର୍ଯ୍ୟ କଲେ ଆମେ ପ୍ରଥମେ ହାତରେ ରକ୍ଷା ସୂତ୍ର ବାନ୍ଧିଥାଉ। ବିପଦ ସମୟରେ ଏହା ଆମକୁ ରକ୍ଷା କରିଥାଏ ବୋଲି ହିନ୍ଦୁ ଧର୍ମରେ ଆସ୍ଥା ରହିଛି। ଏହା ହାତରେ ବାନ୍ଧିଲେ ଶରୀର ପାଇଁ ହିତକର ହୋଇଥାଏ ବୋଲି ବିଜ୍ଞାନ ମଧ୍ୟ ଗ୍ରହଣ କରିସାରିଲାଣି।ଆମ ପରମ୍ପରାରେ ହାତରେ ଧାର୍ମିକ ସୂତ୍ରକୁ ବହୁତ ମହତ୍ୱ ଦିଆଯାଏ, କାରଣ ଜୀବନରେ ସକାରତ୍ମକ ଭାବନା ଆଣିବା ପାଇଁ ସବୁ ପୂଜା ସମୟରେ ଆମେ ହାତରେ ନାଲିସୂତ୍ର ପିନ୍ଧିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ ନାଲି ରଙ୍ଗର ସୂତ୍ର ପିନ୍ଧିବା ଦ୍ୱାରା ଭଗବାନ ହନୁମାନଙ୍କ କୃପା ଦୃଷ୍ଟି ମିଳିଥାଏ।

ମନ୍ଦିର ଏବଂ ବିଭିନ୍ନ ଧାର୍ମିକ ସ୍ଥାନରେ ହାତରେ ବନ୍ଧା ଯାଇଥିବା ସୂତ୍ର ମୁଖ୍ୟତଃ ପାଞ୍ଚଟି ରଙ୍ଗର ରହିଥାଏ। ଏଥିରେ ଥିବା ସମସ୍ତ ରଙ୍ଗର ମହତ୍ତ୍ୱ ଭିନ୍ନ ଭିନ୍ନ ରହିଛି।
ଏହି ସୂତ୍ରକୁ ରକ୍ଷା ସୂତ୍ର ମଧ୍ୟ କୁହାଯାଇଥାଏ। ଏହାକୁ ହାତରେ ବାନ୍ଧିଥିବା ବ୍ୟକ୍ତିଙ୍କ ଉପରେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କର ପ୍ରଭାବ ପଡ଼ିଥାଏ। ଏଥିସହ ସମସ୍ତ କାମରେ ସଫଳତା ମଧ୍ୟ ମିଳିଥାଏ।

ଶାସ୍ତ୍ର ଅନୁସାରେ ମେଷ, ବୃଷ, ମିଥୁନ, କର୍କଟ ଏବଂ ସିଂହ ରାଶିର ବ୍ୟକ୍ତି ନାଲି ବ୍ରତ ପିନ୍ଧିବା ଦ୍ୱାରା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି। ଏହା ସହିତ ରାଶିର ବ୍ୟକ୍ତିଙ୍କ ଉପରେ କୌଣସି ପ୍ରକାର ଦୁର୍ଦ୍ଦଶା ତଥା ଅସୁବିଧା ଆସି ନ ଥାଏ। ଏହିସବୁ ରାଶିର ବ୍ୟକ୍ତି ନିୟମିତ ନାଲି ରଙ୍ଗର ବ୍ରତ ପିନ୍ଧିବା ଦ୍ୱାରା ଶୀଘ୍ର ଚାକିରି ହେବା ସହ ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ।

ଜାଣିରଖନ୍ତୁ,ଏହି ସୂତ୍ରକୁ ଅବିବାହିତା ମହିଳା ଏବଂ ପୁରୁଷ ଡ଼ାହାଣ ହାତରେ ବାନ୍ଧିଥିବା ବେଳେ ବିବାହିତ ବ୍ୟକ୍ତି ବାମ ହାତରେ ବାନ୍ଧିବା ନିୟମ ଅଟେ । ଏହି ସୂତ୍ରକୁ ବାନ୍ଧିବା ସମୟରେ ସର୍ବଦା ହାତକୁ ମୁଠି କରି ବନ୍ଦ ରଖନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More