Only for Entertainment

ନାଇଟ ସିଫ୍ଟ କରୁଥିଲେ ହୋଇ ଯାଆନ୍ତୁ ସତର୍କ, ହୋଇପାରେ ଗମ୍ଭୀର ସମସ୍ୟା !

41

କଣ ଆପଣ ସାରା ରାତି ଅର୍ଥାତ ନାଇଟ ସିଫ୍ଟରେ କାମ କରୁଛନ୍ତି ? ପର୍ଯ୍ୟାପ୍ତ ନିଦ୍ରହୀନତା ଏବଂ ରାତିରେ ଚାହିଁବା ଦ୍ୱାରା ମନୁଷ୍ୟ ଡିଏନଏ ସଂରଚନାରେ ବିପଦ ହୋଇପାରେ । ଏହିକାରଣରୁ ଅନେକ ରୋଗର ସମ୍ଭାବନା ମଧ୍ୟ ହୋଇପାରେ । ଏକ ରିପୋର୍ଟ ମୁତାବକ ରାତି ପାଳିରେ କାମ କରିବା ଦ୍ୱାରା କ୍ୟାନସର, ମଧୁମେହ, ହୃଦୟ ରୋଗ, ଶ୍ୱାସ ସମ୍ବନ୍ଧୀୟ ରୋଗ ହେବା ସମ୍ଭାବନା ଖୁବ ମାତ୍ରାରେ ରହିଥାଏ ।

ଏକ ରିସର୍ଚ ମୁତାବକ ରାତିରେ କାମ କରିବା ଦ୍ୱାରା ଡିଏନଏ ମରାମତି କରିବା ଜିନ ଠିକ ଭାବେ କାମ କରିପାରିନଥାଏ ଏବଂ ନିଦର ହ୍ରାସତା କାରଣରୁ ଅନେକ ବିପଦ ମାଡି ବସିଥାଏ । ରିସର୍ଚ ମୁତାବକ ରାତିରେ କାମ କରିବା ଦ୍ୱାରା ଡିଏନଏ ହ୍ରାସ ହୋଇଥାଏ ଏବଂ ଏହା ଡିଏନଏ ଉପରେ କୁପ୍ରଭାବ ପକାଇଥାଏ । ଯେଉଁମାନେ ରାତିରେ କାମ କରନ୍ତି ଡିଏନଏ କ୍ଷୟର ବିପଦ ୨୫ପ୍ରତିଶତ ଅଧିକ ବଢି ଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More