Only for Entertainment

ପେଟ ଜଳିବା ଭଳି ସମସ୍ୟା ହେଉଥିଲେ ପିଅନ୍ତୁ ଏହି ୩ଟି ହେଲ୍‌ଦି ଡ୍ରିଙ୍କ୍‌

google
37

ଭୁଲ ସମୟରେ ଖାଇବା ଦ୍ୱାରା ପେଟ ସହ ଜଡ଼ିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଖାସ୍‌ କରି ପେଟ ଜଳିବା ଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ଯାହାର ପ୍ରଭାବ ଆପଣଙ୍କ ଶରୀର ଏବଂ ଆପଣ ନିତିଦିନିଆ କାମ ଉପରେ ପଡ଼ିଥାଏ । ଯଦି ଆପଣଙ୍କର ମଧ୍ୟ ସେଭଳି କିଛି ସମସ୍ୟା ରହିଛି, ତେବେ ଆଜିଠାରୁ ହିଁ ଏହି ୩ଟି ହେଲ୍‌ଦି ଡ୍ରିଙ୍କ ବା ସ୍ବାସ୍ଥ୍ୟପ୍ରଦ ପାନୀୟ ପିଇବା ଆରମ୍ଭ କରନ୍ତୁ ।

  • ଜୀରା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ । ଖାସ୍‌ କରି ଏହା ପେଟ ଜଳିବା ସମସ୍ୟାର ସମାଧାନ କରିଥାଏ । ପେଟ ଜଳିବା ଭଳି ସମସ୍ୟା ଦେଖାଗଲେ ରାତିରେ ପାଣିରେ ଜିରା ମିଶାଇ ରଖି ଦିଅନ୍ତୁ । ସକାଳୁ ଜିରାକୁ ଛାଣି ଏହାର ପାଣିକୁ ଫୁଟାଇ ଥଣ୍ଡା କରି ପିଅନ୍ତୁ ।
  • ପୋଦନା ପତ୍ର ମଧ୍ୟ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ । ପେଟ ଜଳିବା ଭଳି ସମସ୍ୟା ଦେଖାଗଲେ ପୁଦିନା ପତ୍ରର ଜୁସ୍‌ ତିଆରି କରି ପିଅନ୍ତୁ । ପୋଦନା ପତ୍ରର ଜୁସ୍‌ ତିଆରି କରି ସେଥିରେ ଲେମ୍ବୁ ଏବଂ ମହୁ ମିଶାଇ ପିଇବା ଦ୍ୱାରା ପେଟ ଜଳିବା ସମସ୍ୟା ତୁରନ୍ତ ଭଲ ହୋଇ ଯାଇଥାଏ ।
  • ଗାଜର ଖାଇବା ଦ୍ୱାରା ଶରୀରରେ ଆଇରନ୍‌ ବଢ଼ିବା ସହ ପେଟ ଜଳିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଗାଜର ଏବଂ ପୋଦନାକୁ ମିଶାଇ ଏହାର ରସ ପିଅନ୍ତୁ । ଦେଖିବେ କିଛି ସମୟ ମଧ୍ୟରେ ପେଟ ଜଳିବା ସମସ୍ୟାର ସମାଧାନ ହୋଇଯିବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More