Only for Entertainment

ଦୁବାଇରେ ଧମାକା କଲେ ଏହି ତିନି ଓଡ଼ିଆ ଝିଅ…ରାଜ୍ୟ ପାଇଁ ଆଣିଲେ ଗୌରବ

odishasuntimes
26

ଏହା ପ୍ରଥମ ଥର ନୁହେଁ ଯେତେବେଳେ ଓଡ଼ିଶାର ପିଲାମାନେ ଦେଶ ବାହାରକୁ ଯାଇ ଦେଶକୁ ସମ୍ମାନିତ କରିବା ସହିତ ରାଜ୍ୟ ପାଇଁ ମଧ୍ୟ ଗୌରବ ଆଣିଛନ୍ତି । କାହାକୁ ଓଡ଼ିଶୀରେ ଦେଖିବାକୁ ମିଳିଛି ତ କାହାକୁ ବଲିଉଡ ଏବଂ ଆଉ କାହାକୁ ହଲିଉଡ ଫିଲ୍ମରେ । କେବଳ ସେତିକି ନୁହେଁ, ଏହା ମଧ୍ୟରେ ବାଲୁକା ଶିଳ୍ପୀ,ବୈଜ୍ଞାନିକ ଏବଂ ଡାକ୍ତର ମାନେ ମଧ୍ୟ ସାମିଲ ଅଛନ୍ତି । ସେ ଯାହା ହେଉ ପୁଣିଥରେ ସେହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ।

ବାସ୍ତବରେ ନିକଟ ଅତୀତରେ ଦୁବାଇରେ ଆୟୋଜିତ ହୋଇଥିଲା ଜୁନିଅର ମଡେଲ ଇଂଟରନେସନାଲ ବିୟୁଟି କଂଟେଷ୍ଟ । ଯେଉଁଥିରେ ସାମିଲ ଥିଲେ ତିନି ଜଣ ଓଡ଼ିଆ ଝିଅ । ଆଜ୍ଞା ହଁ କେବଳ ସାମିଲ ନଥିଲେ ବରଂ ଟାଇଟଲକୁ ମଧ୍ୟ ଜିତିଛନ୍ତି ।

୧୩ରୁ ୧୬ ବର୍ଷ ବୟସ୍କ ମଧ୍ୟରେ ଟାଇଟଲ ଜିତିଛନ୍ତି ଲାବଣ୍ୟା ଦାଶ । ୟୁନିଟ ୮ ଡିଏଭି ପବ୍ଲିକ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ରୀ ଶ୍ରୀବାଲି ଦାଶ ପ୍ରଥମ ରନର୍ସ ଅପ ହୋଇଛନ୍ତି । ଏହା ସହିତ କେ.ଆର ସନ୍ତୋଷିନୀ ଜୁନିଅର ସ୍ତରରେ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି । କହିରଖୁଛୁ ଏହି କାର୍ଯ୍ୟକ୍ରମ ୧୪ରୁ ୧୯ ଅକ୍ଟୋବର ମଧ୍ୟରେ ଆୟୋଜନ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More