Only for Entertainment

ଦଙ୍ଗଲ ଓ ସିକ୍ରେଟ ସୁପରଷ୍ଟାର ପରେ ଚାଇନାରେ ଧୁମ ମଚାଇବ ଆମୀର ଖାନଙ୍କ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ ।

aajatk
27

ଆମୀର ଖାନଙ୍କ ଫିଲ୍ମଯେ କେବଳ ଭାରତରେ ଧୁମ ମଚାଏ ତାହା ନୁହେଁ ଏହା ଭାରତ ଅପେକ୍ଷା ଚାଇନାରେ ଅଧିକ ଇନକମ କରେ । ଆମୀରଙ୍କ ପ୍ରତ୍ୟେ ଫିଲ୍ମ ବକ୍ସ ଅଫିସରେ ହିଟ ହୁଏ ଏବଂ ଏକ ରେକର୍ଡ଼ କରେ ।ଯାହା ପ୍ରତିଥର ଦେଖିବାକୁ ମିଳିଥାଏ ।ଏବେ ଆମୀରଙ୍କ ଆଗାମୀ ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନର ଟ୍ରେଲର ରିଲିଜ ହୋଇ ସାରିଛି ।ଫିଲ୍ମ ଦୀପାବଳି ମୌକାରେ ରିଲିଜ ହେବ ।ଏହା ଏକ ବଡ଼ ବଜେଟର ଫିଲ୍ମ ।ମିଳିଥିବା ସୂଚନା ଅନୁଯାୟୀ ଏହି ଫିଲ୍ମକୁ ଚୀନର ଜଣେ ବିତରକ ଶହେ କୋଟିରେ କ୍ରୟ କରିଛନ୍ତି।ଏହା ଚୀନର ନୂଆ ବର୍ଷ ଦିନ ହିଁ ରିଲିଜ୍‌ ହେବ। ଏହା ଫେବୃଆରି ମାସରେ ପଡ଼େ।

 

ଚୀନ୍‌ରେ ଅମୀର ଖାନ୍‌ଙ୍କ ପ୍ରଶଂସକଙ୍କ ସଂଖ୍ୟା ଢ଼େର ଅଧିକ ହୋଇଥିବା କାରଣରୁ ସେଠାରେ ଏହି ସିନେମା ଜବରଦସ୍ତ ବ୍ୟବସାୟ କରିବ ବୋଲି ଆଶା କରାଯାୁଛି। ଏହା ଆଗରୁ ଅମୀର ଖାନ୍‌ଙ୍କ ‘ଦଙ୍ଗଲ’୧୩୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଠିକ୍‌ ସେହିପରି ତାଙ୍କର ଅନ୍ୟ ଏକ ସିନେମା ‘ସିକ୍ରେଟ୍‌ ସୁପରଷ୍ଟାର୍‌’୮୦୦ କୋଟି ଟଙ୍କାର କଲେକସନ୍‌ କରିଥିଲା। ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ ସେହି ଧରଣର ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା।

 

ଭାରତରେ ଏହି ଫିଲ୍ମ ସୁପରହିଟ୍‌ ହେଲେ ୪୦୦ କୋଟି ଟଙ୍କାର ବ୍ୟବସାୟ କରି ୪ ଶହ କୋଟିଆ କ୍ଲବର ଶୁଭାରମ୍ଭ କରିବ ବୋଲି ଆଶା କରାଯାଉଛି। ଅମୀର୍‌ ଖାନ୍‌ଙ୍କ ପୂର୍ବ ଚାରିଟି ସିନେମା ୧୧୦୦ କୋଟିର ବ୍ୟବସାୟ କରିଛି। ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ଆକଳନ ଅନୁଯାୟୀ ବ୍ୟବସାୟ କରିଲେ,୧୫୦୦ କୋଟିରେ ପହଞ୍ଚିବ ବୋଲି କୁହାଯାଉଛି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More