Only for Entertainment

ଠଗ୍ସ ଅଫ ହିନ୍ଦୋସ୍ତାନ ଫିଲ୍ମ ଗୀତର ପୋଷ୍ଟର ରିିଲିଜ, ପୋଷ୍ଟରରେ ଦେଖିବାକୁ ମିଳିଲା ଅମିତାଭ ଏବଂ ଅମୀରଙ୍କ ଜବରଦସ୍ତ ଅନ୍ଦାଜ !

26

୨୦୦୮ର ଏହି ବହୁ ପ୍ରତୀକ୍ଷିତ ସିନେମା‘ଠଗ୍‌ସ ଅଫ୍‌ ହିନ୍ଦେସ୍ତାନ୍‌’ରେ ବିଗ୍‌ ବି ଅମିତାଭ ବଚ୍ଚନ ଓ ମିଷ୍ଟର ପରଫେକସନିଷ୍ଟ୍‍ ଅମୀର୍‌ ଖାନ୍‌ ଏକାଠି ଆସୁଛନ୍ତି ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ଫିଲ୍ମରେ। ଏଥିରେ ଅମିିତାଭ ବଚ୍ଚନ ଓ ଅମୀର ଖାନ୍‌ଙ୍କ ଉପରେ ଏକ ଜବରଦସ୍ତ ଡ୍ୟାନ୍‌ସ ନମ୍ବର ରଖାଯାଇଛି। ଏହି ଗୀତର ଟାଇଟଲ ହେଲା ଉସମାଲ୍ଲେ…..।

ଏଠାରେ ଆମେ କହି ରଖୁଛୁ ଯେ , ନିଜେ ବିଗ୍‌ ବି ଏହି ଜବରଦସ୍ତ ଡ୍ୟାନ୍‌ସ ଧମାକା ଗୀତର ରଚନା କରିଛନ୍ତି। ଏଥିରେ କଣ୍ଠଦାନ କରିଛନ୍ତି ବଲିଉଡର ଲୋକପ୍ରିୟ ଗାୟକ ସୁଖବିନ୍ଦର ସିଂହ ଓ ବିଶାଲ ଡଡଲାନି।ଏହି ଗୀତର କଂପୋଜର୍‌ ହେଲେ ଜଣାଶୁଣା ସଙ୍ଗୀତକାର ଯୋଡ଼ି ଅଜୟ-ଅତୁଲ। ଏହି ଡ୍ୟାନ୍‌ସ ନମ୍ବରର କୋରିଓଗ୍ରାଫି କରିଛନ୍ତି ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶକ ପ୍ରଭୁ ଦେବା। ପ୍ରଭୁ ଉଭୟ ଅମିତାଭ ବଚ୍ଚନ ଓ ଅମୀର ଖାନ୍‌ଙ୍କୁ ଏକାଠି ନୃତ୍ୟ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିବାରୁ ଖୁବ୍‌ ଖୁସି ଅଛନ୍ତି। ପ୍ରଭୁ ଦେବା କହିଛନ୍ତି ଦୁଇ ଦିଗ୍‌ଗଜ କଳାକାର ବି ଖୁବ୍‌ ଭଲ ଡ୍ୟାନ୍‌ସ କରିଛନ୍ତି।

ନିର୍ଦ୍ଦେଶକ ବିଜୟକୃଷ୍ଣ ଆଚାର୍ଯ୍ୟଙ୍କ କହିଛନ୍ତି ନିଶାସକ୍ତ ହୋଇ ଅମିତାଭ ଓ ଅମୀର୍‌ ନାଚୁଛନ୍ତି ଓ ଗାଉଛନ୍ତି। ଏଭଳି ଦୃଶ୍ୟ ପାଇଁ ଏହି ଗୀତ ଖଞ୍ଜାଯାଇଛି। ଏଥିରେ ଅମିତାଭ ବଚ୍ଚନ ଓ ଅମୀର ଖାନ୍‌ଙ୍କ ବ୍ୟତୀତ କାଟ୍ରିନା କୈଫ୍‌ ଓ ପଠାତିମା ସନା ଶେଖ୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ଆଗାମୀ ନଭେମ୍ବର ୮ ତାରିଖରେ ମୁକ୍ତିଲାଭ କରିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More