Only for Entertainment

ଠଗ୍ସ ଅଫ ଦିନ୍ଦୁସ୍ତାନ : ଏହି ଆକ୍ଟରଙ୍କ ସାମ୍ନାରେ ଡାଇଲଗ ମଧ୍ୟ ଠିକସେ କହିପାରିଲେ ନାହିଁ ଅମିର ।

DNA
0 28

ବଲିଉଡ ଇତିହାସରେ ପ୍ରଥମ ଥର ପାଇଁ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଏବଂ ମହାନାୟକ ଅମିତାଭ ବଚ୍ଚନ ଏକା ସହିତ ଏକ ଫିଲ୍ମରେ ନଜର ଆସିବେ । ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ରେ ଏହି ଦୁଇ ମହାନ କଳାକାର ଏକା ସହିତ ନଜର ଆସିବେ । ନିକଟରେ ଅମିର ଫିଲ୍ମର ସୁଟିଂ ସମୟର ଏକ ଘଟଣାକୁ ସେୟାର କରିଛନ୍ତି ।

ଅମିର ଖାନ କହିଥିଲେ, ମୁଁ ଅମିତାଭ ବଚ୍ଚନଙ୍କର ଜଣେ ବଡ ପ୍ରଶଂସକ । ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ର ସୁଟିଂ ପୂର୍ବରୁ ଯେତେବେଳେ ମୁଁ ଅମିତାଭ ବଚ୍ଚନ ଏକାଠି ବସି ପ୍ରାକ୍ସିଟ କରୁଥିଲି ସେହି ସମୟ ମୋ ପାଇଁ ଖୁବ ଅଦ୍ଭୁତ ଥିଲା । ମୁଁ ଠିକ ସେ ବସି ପାରୁନଥିଲି କି ମୁଁ ଡାଇଲଗ ମଧ୍ୟ ମନେ ରଖିପାରୁନଥିଲି । ମୁଁ କେବଳ ଏପଟ ସେପଟ ହେଉଥିଲି । ମୋ ପାଇଁ ତାଙ୍କ ସହିତ ପ୍ରତ୍ୟେକ ସିନ ସୁଟ କରିବା ଆନନ୍ଦ ଭରା ଥିଲା ।

aa

ଅମିରଙ୍କ ଏହି ଫିଲ୍ମର ତୁଳନା ପାଇରେଟ୍ସ ଅଫ ଦ କ୍ୟାରୋବିୟନ ସହିତ ହେବାକୁ ନେଇ ଅମିର କହିଥିଲେ ଏହା ସତ୍ୟ ନୁହେଁ । ଅମିରଙ୍କ କହିବା ଅନୁସାରେ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ କୌଣସି ଫିଲ୍ମ ସହିତ ମିଶୁନାହିଁ । ଅମିର ଏହାକୁ ନେଇ କହିଥିଲେ ଅନେକ ଆକ୍ସନ ଫିଲ୍ମ ନିର୍ମାଣ କରାଯାଉଛି । ସେଥିମଧ୍ୟରୁ ପାଇରେଟ୍ସ ଅଫ ଦ କ୍ୟାରେବିୟନ, ଇଣ୍ଡିଆନ ଜୋନ୍ସ ପରି ଅନେକ ଫିଲ୍ମ ଅଛି । କିନ୍ତୁ ଆମ ଫିଲ୍ମର ଜୋନର ଆକ୍ସନ ଏବଂ ଆଡଭେଞ୍ଚର ସତ କିନ୍ତୁ ଏହାର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏହାର ଚରିତ୍ର ମଧ୍ୟ ଅନ୍ୟ ଠାରୁ ଭିନ୍ନ ।

ଫିଲ୍ମ ୭ ନଭେମ୍ବର , ୨୦୧୮ରେ ରିଲିଜ ହେବ । ଏହି ଦୁଇ କଳାକାରଙ୍କ ସମେତ ଫିଲ୍ମରେ କ୍ୟାଟ୍ରିନା କୈଫ ଏବଂ ଫାତିମା ସନା ମଧ୍ୟ ନଜର ଆସିବେ । ଏହି ଫିଲ୍ମର କାହାଣୀ ୧୯ ଶତାବ୍ଦୀର ଠଗ୍ସ କଲଚର ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More