Only for Entertainment

ଆଙ୍ଗୁଠି କହେ ସ୍ୱଭାବ ।

nextstepfactory.nl
0 54

ଜଣେ କେତେ ପରିବର୍ତ୍ତନଶୀଳ ତାହା ତାଙ୍କର ବୁଢ଼ା ଆଙ୍ଗୁଠି ନମନୀୟତାରୁ ଜଣାପଡ଼େ। ଅର୍ଥାତ୍‌ ବୁଢ଼ା ଆଙ୍ଗଠିକୁ ସାମାନ୍ୟ ମୋଡ଼ିଲେ ତାହା ମୋଡ଼ି ହୋଇ ଯାଉଛି ନା, ସ୍ଥିର ରହୁଛି। ସେଥିରୁ ଜଣା ପଡ଼େ ପରିବର୍ତ୍ତିତ ଚିନ୍ତାଧାରା ଓ ବିଶ୍ୱାସକୁ ଜଣେ ଗ୍ରହଣ କରେ ନା ବିରୋଧ କରେ।
ସେ କଥା ଯାଞ୍ଚ କରିବାକୁ ଏମିତି କରନ୍ତୁ:

ବୁଢ଼ା ଆଙ୍ଗୁଠି ଢିଲା କରି ରଖନ୍ତୁ। ଏଥର ଆର ହାତରେ ବୁଢ଼ା ଆଙ୍ଗୁଠିକୁ ଅଗେଇ ଧରି ସାମାନ୍ୟ ମୋଡ଼ନ୍ତୁ। ଯଦି ବୁଢ଼ା ଆଙ୍ଗୁଠି ବିନା ବାଧା ବା କଷ୍ଟରେ ବୁଲିଯାଉଥାଏ, ଜାଣନ୍ତୁ ସେ ବ୍ୟକ୍ତି ପରିବର୍ତ୍ତନକୁ ଗ୍ରହଣ କରନ୍ତି। ସାମାନ୍ୟ ଚାପ କି, ଚିନ୍ତାକର ପରିସ୍ଥିତି ଉପୁଜିଲେ ଏ ଭଳି ବୁଢ଼ା ଆଙ୍ଗୁଠି ଥିବା ଲୋକେ ସହଜରେ ବଦଳି ଯାଆନ୍ତି। ନମନୀୟ ବା ପରିବର୍ତ୍ତନ ସହ ଖାପ ଖୁଆଇ ପାରୁଥିବାରୁ ଏହି ଶ୍ରେଣୀର ଲୋକେ ଅନ୍ୟମାନଙ୍କ ଅପେକ୍ଷା ଜୀବନରେ ସଫଳ ହୋଇ ଥାଆନ୍ତି। ଲୋକେ ଏମାନଙ୍କୁ ସମର୍ଥନ କରୁଥିବାରୁ ସଫଳତା ପାଇଁ ସାହାଯ୍ୟ କରନ୍ତି। ଉତ୍ତମ ସଫଳତା ପାଇଁ ଏମାନଙ୍କୁ କର୍ତ୍ତବ୍ୟନିଷ୍ଠ ହେବାକୁ ପଡ଼େ ନାହିଁ।

ଯଦି ବୁଢ଼ା ଆଙ୍ଗୁଠିକୁ ଅଗରୁ ଧରି ଦାବିଲେ ପଛ ପଟକୁ ଲେଉଟି ପଡ଼ି ବଡ଼ କୋଣଟିଏ ସୃଷ୍ଟି ହୁଏ, ତା’ହେଲେ ସେ ବ୍ୟକ୍ତି ଅନ୍ୟକୁ ସାହାଯ୍ୟ କରିବାକୁ ଆଗଭର ହୁଅନ୍ତି। ଏ ଶ୍ରେଣୀର ବ୍ୟକ୍ତି ଉତ୍ତମ ଶାନ୍ତି ପ୍ରତିଷ୍ଠାତା, ମଧ୍ୟସ୍ଥି, ଜନ ସମ୍ପର୍କ ପ୍ରତିନିଧି ହୋଇ ପାରନ୍ତି। ଏମାନେ ବଦାନ୍ୟ ହୋଇଥିବାରୁ ଅଧିକ ଖର୍ଚ୍ଚ କରି ପକାନ୍ତି।

ଯଦି ଉପରୋକ୍ତ ଭାବେ ମୋଡ଼ିଲେ ବୁଢ଼ା ଆଙ୍ଗୁଠି ନ ବୁଲେ ଜାଣନ୍ତୁ, ସେ ବ୍ୟକ୍ତି ରକ୍ଷଣଶୀଳ, ସତର୍କ, ଚୁପ୍‌ଚାପିଆ ଏବଂ ନୂତନ ଆଚାର ବ୍ୟବହାରକୁ ପ୍ରତିରୋଧ କରନ୍ତି। ଏମାନେ ସହଜରେ ପରିବର୍ତ୍ତନକୁ ଗ୍ରହଣ କରନ୍ତି ନାହିଁ।

ଏମାନେ ନିଜ ମନମୁତାବକ କାର୍ୟ୍ୟ କରନ୍ତି। ଯେତେ ସହାୟକ ହୋଇଥିଲେ ବି ଅନ୍ୟମାନଙ୍କର ପ୍ରସ୍ତାବ ଗ୍ରହଣ କରନ୍ତି ନାହିଁ। ଲୋକେ ଏମାନଙ୍କୁ ଜିଦ୍ଦିଆ କହନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More