Only for Entertainment

ହରର୍ ଫିଲ୍ମକୁ ଟାଇଗରଙ୍କ ‘ନା’

DNA India
0 50

ବର୍ତ୍ତମାନ ଆକ୍ସନ ହିରୋମାନଙ୍କ ତାଲିକାରେ ଟାଇଗର ଶ୍ରଫଙ୍କ ନାମ ସାମିଲ ହୋଇସାରିଛି । ପ୍ରଥମ ଫିଲ୍ମ ‘ହିରୋପନ୍ତୀ’ ହେଉ କିମ୍ବା ‘ବାଗୀ’ ପ୍ରତ୍ୟେକ ଫିଲ୍ମରେ ଟାଇଗରଙ୍କ ଆକ୍ସନ ଦର୍ଶକଙ୍କ ହୃଦୟ ଜିତି ପାରିଛି । ଏହି ଆକ୍ସନ ଫିଲ୍ମ ହିଁ ତାଙ୍କୁ ଲୋକପ୍ରିୟତା ଆଣିଦେଇଛି । କିନ୍ତୁ ବିପଦରୁ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଟାଇଗର କେବେ ବି ହରର୍ ଫିଲ୍ମ କରିବେ ନାହିଁ । ଏକଥା ଆମେ ନୁହେଁ ଟାଇଗର ନିଜେ ପ୍ରକାଶ କରିଛନ୍ତି ।

ନିକଟରେ ‘ବାଗୀ-୨’ର ଏକ ପ୍ରମୋଶନାଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଟାଇଗର । ସେଠାରେ ତାଙ୍କୁ ହରର୍ ଫିଲ୍ମ ବିଷୟରେ ତାଙ୍କୁ ପଚରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ. ‘ମୋତେ ହରର ଫିଲ୍ମ ଦେଖିବାକୁ ଖୁବ ଡର ଲାଗିଥାଏ । ଯଦି କେବେ ବି ଫିଲ୍ମ ଦେଖିନିଏ ତେବେ ରାତିରେ ମୁଁ ଶୋଇ ପାରେନାହିଁ । ଏପରିକି ବାହାରକୁ ଏକାକୀ ଯିବା ପାଇଁ ମଧ୍ୟ ସାହାସ ହୁଏ ନାହିଁ । ସେଥିପାଇଁ ମୁଁ କେବେ ବି ହରର୍ ଫିଲ୍ମ କରିବି ନାହିଁ । ’ ତେବେ ଯେଉଁମାନେ ଟାଇଗରଙ୍କୁ ହରର ଫିଲ୍ମରେ ହେଖିବା ପାଇଁ ଆଶା ରଖିଥିବେ ସେମାନଙ୍କୁ ନିରାଶ ହେବାକୁ ପଡିବ ।

ସୂଚାନା ଅନୁସାରେ ‘ବାଗୀ-୨’ ଆସନ୍ତା ୩୦ ତାରିଖରେ ରିଲିଜ ହେବାକୁ ଯାଉଛି । ଅହି ଫିଲ୍ମରେ ଟାଇଗରଙ୍କ ବିପକ୍ଷରେ ଦିଶା ପଟ୍ଟାନୀ ନଜର ଆସିବେ । ଟାଅଗର ଏବଂ ଦିଶାଙ୍କ ବ୍ୟତିତ ମନୋଜ ବାଜପୋୟୀ, ଦୀପକ ଡୋବ୍ରିଆଲ, ରଣଦୀପ ହୁଡ୍ଡା ପ୍ରମୁଖ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More