Only for Entertainment

ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଲା ଟାଇଗର୍ ଶ୍ରଫଙ୍କ ଜବରଦସ୍ତ ଡ୍ୟାନ୍ସ

you tube
50

ବଲିଉଡ୍ ବାଗିଙ୍କ ଡ୍ୟାନ୍ସ କମାଲ୍ ପୁଣି ଥରେ ଫ୍ୟାନ୍ ମାନଙ୍କର ମନଜିଣିପାରିଛି । ରିଲିଜ୍ ହୋଇଥିବା ପାର୍ଟି ସଙ୍ଗ – ଆର୍ ୟୁ କମିଂ ରେ ଦେଖିବାକୁ ମିଳିଛି ଟାଇଗର୍ ଶ୍ରଫଙ୍କ ଜବରଦସ୍ତ ଡ୍ୟାନ୍ସ । ରେମୋ ଡିସୁଜାଙ୍କ କୋରିଓଗ୍ରାଫିକୁ ବେଶ୍ ଆକର୍ଷଣୀୟ ଭାବେ ତୋଳି ପାରିଛନ୍ତି ଅଭିନେତା ଟାଇଗର୍ । ଏହି ମ୍ୟୁଜିକ୍ ଭିଡିଓରେ ଟାଇଗରଙ୍କ ସହ ଡ୍ୟାନ୍ସ କରିବାରେ ନଜର ଆସିଛନ୍ତି ମଡେଲ୍ ଲରିସା ବୋନେସି । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ରେମୋ । ନିକଟରେ ଏହି ପାର୍ଟି ସଙ୍ଗକୁ ରିଲିଜ୍ କରିଥିଲେ ଟାଇଗର୍ ଓ ଲରିସା ।

ହାପି ପ୍ରଡକ୍ସନ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ପାର୍ଟି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସଚିନ୍ – ଜିଗର୍ । ଆଉ ଗୀତରେ କଣ୍ଠଦାନ କରିଛନ୍ତି ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ବେନି ଦୟାଲ୍ । ନିଜ ଡ୍ୟାନ୍ସ ପାଇଁ ବଲିଉଡରେ ଲୋକପ୍ରିୟତା ହାସଲ୍ କରିଥିବା ଟାଇଗର୍ ଶ୍ରଫ୍ ଏହି ମ୍ୟୁଜିକ୍ ଭିଡିଓ ଜରିଆରେ ପୁଣିଥରେ ନିଜ ଡ୍ୟାନ୍ସ କମାଲ୍ ଦେଖାଇଛନ୍ତି । ତେବେ ଟାଇଗର୍ ଏବେ ନିଜ ଆଗାମୀ ଫିଲ୍ମ ବାଗି – ଥ୍ରୀର ସୁଟିଂରେ ଅଛନ୍ତି ବ୍ୟସ୍ତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More