ଟାଇଗର ଶ୍ରଫ କଲେ ମାଇକେଲ ଜ୍ୟାକସନଙ୍କ ଅବିକଳ ଡାନ୍ସ, ଭାଇରାଲ ହେଉଛି ଭିଡିଓ !
ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଡାନ୍ସ ଏବଂ ଆକ୍ସନର ଅନେକ ଫ୍ୟାନ୍ସ ଅଛନ୍ତି । ଟାଇଗର ନିଜ ଡାନ୍ସ ଏବଂ ଫିଲ୍ମରୁ ପ୍ରମାଣ କରିସାରିଛନ୍ତି ଯେ ତାଙ୍କୁ ଏ ସବୁ ମାମଲାରେ କ୍ୟାଚ କରିବା ଖୁବ କାଠିକର ପାଠ । ଫିଲ୍ମ ମୁନ୍ନା ମାଇକଲରେ ଟାଇଗର ଏଭଳି ଭୂମିକାରେ ନଜର ଆସିଥିଲେ ଯେ ଯିଏ ମାଇକଲ ଜ୍ୟାକସନଙ୍କ ଫ୍ୟାନ ଅଟେ ଏବଂ ସେ ତାଙ୍କ ଭଳି ଡାନ୍ସ କରି ଫେମସ ହେବା ପାଇଁ ଆଶା କରୁଥିଲେ ।
ଟାଇଗର ଫିଲ୍ମରେ ଜବରଦସ୍ତ ଡାନ୍ସ କରିଥିଲେ ଏବଂ ଏବେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜ୍ୟାକସନଙ୍କ ଭଳି ମୁଭ୍ସ କରୁଥିବାର ନଜର ଆସିଛନ୍ତି । ଅସଲରେ ଏହା କୋଲାଜ ଭିଡିଓ ଅଟେ ଯେଉଁଥିରେ ମାଇକେଲ ଜାକସନ ଏବଂ ଟାଇଗରଙ୍କ ଡାନ୍ସ ଏକାଠି ଦେଖିବାକୁ ମିଳିଛି ।
View this post on Instagram
Us MJ wannabes be like😜🚶🏻♀🚶🏻♀ . . #moonwalkingintotheweekend #throwback #mytributetotheking #mj
ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଟାଇଗର ଶ୍ରଫଙ୍କ ପୂର୍ବ ଫିଲ୍ମ ୱାର ଥିଲା, ଯେଉଁଥିରେ ହ୍ରିତିକ ରୋଶନ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସଅଫିସରେ ଖୁବ ଭଲ ଆୟ କରିଥିଲେ । ଏବେ ସେ ବାଗୀ ୩ ସୁଟ ପାଇଁ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।