Only for Entertainment

ଷ୍ଟୁଡେଂଟ ଅଫ ଦି ଇୟର ଫିଲ୍ମ ସୁଟିଂ ସମୟର ଫଟୋ ହେଲା ସେୟାର ।

times of india
0 39

ଟାଇଗର ସର୍ଫଙ୍କ ଫ୍ୟାନ ମାନଙ୍କ ପାଇଁ ବଲିଉଡ ନେଇଆସିଛି ଏକ ଧମାକାଦାର ଖବର । ଆଗାମୀ ବଲିଉଡ ମୁଭି ଷ୍ଟୁଡେଂଟ ଅଫ୍ ଦି ଇୟର-୨ର ସୁଟିଂ ଦେହରାଦୁନରେ ଆରମ୍ଭ ହେଇସାରିଛି ।

ଧର୍ମା ପ୍ରଡକ୍ସନ ଦ୍ୱାରା ନିର୍ମିିତ ଏହି ସିନେମାରେ ଲିଡ ରୋଲରେ ନଜର ଆସିବେ ଅଭିନେତା ଟାଇଗର ସର୍ଫ ।

tiger-shroff_1523115236

ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ପୁନିତ ମଲହୋତ୍ରା । ଧର୍ମା ପ୍ରଡକ୍ସନର ଅଫିସିଆଲ ଟ୍ୱିଟର ପେଜରେ ସୁଟିଂ ବିଷୟରେ କୁହାଯାଇଛି ।

tiger-shroff_1523167738

ଷ୍ଟୁଡେଂଟ ଅଫ ଦି ଇୟର ଫିଲ୍ମର ପାର୍ଟ-୧ ୨୦୧୨ ରେ ପରଦାକୁ ଆସିଥିଲା । ଏବେ ପୁଣିଥରେ ପରଦାରେ ଧମାକା କରିବାକୁ ଯାଉଛି ଫିଲ୍ମ ଷ୍ଟୁଡେଂଟ ଅଫ ଦି ଇୟରର ପାର୍ଟ-୨ । ଏ ପର୍ଯ୍ୟନ୍ତ ଫିଲ୍ମ ର ଅଭିନେତ୍ରୀଙ୍କ ଖୁଲାସା କରିନାହାନ୍ତି ମେକର । ମାତ୍ର ଶୁଣିବାକୁ ମିଳିଛି ଯେ ଚଙ୍କି ପାଣ୍ଡେଙ୍କ ଝିଅ ପ୍ରଥମ କରି ଏହି ଫିଲ୍ମ ଜରିଆରେ ଡେବ୍ୟୁ କରିପାରନ୍ତି । ତେବେ ଆସନ୍ତା ବୁଧବାର ଦିନ ଏହି ଫିଲ୍ମର ଲିଡ ଅଭିନେତ୍ରୀଙ୍କ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ସୁଟିଂ ବେଳର ଅନେକ ଫଟୋ ଟ୍ୱିଟର ପେଜରେ ସେୟାର କରାଯାଇଛି ।

ଏହି ଫଟୋକୁ ଦେଖି ଷ୍ଟୁଡେଂଟ ଅଫ ଦି ଇୟର ଫିଲ୍ମ ପାର୍ଟ-୧ର ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଫିଲ୍ମକୁ ସ୍ୱାଗତ ଜଣାଇ ଟ୍ୱିଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More