Only for Entertainment

ସଞ୍ଜୟ ଲୀଲା ଭଂସାଲିଙ୍କ ଆଗାମୀ ପ୍ରୋଜେକ୍ଟରେ ନଜର ଆସିପାରନ୍ତି ଟାଇଗର ।

Latestly
0 49

ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲିଙ୍କ ଆଗାମୀ ପ୍ରୋଜେକ୍ଟରେ ଟାଇଗର ଶ୍ରଫ ନଜର ଆସିବେ । ନିକଟରେ ସଞ୍ଜୟଙ୍କ ଘର ସାମ୍ନାରେ ଟାଇଗରଙ୍କୁ ଦେଖିବାକୁ ମିଳିଥିଲା । ଉଭୟ କୌଣସି ଏକ ନୂଆ ପ୍ରୋଜେକ୍ଟ ପାଇଁ କଥାବାର୍ତ୍ତା ହେଉଥିବାର ଏବେ ଚର୍ଚ୍ଚା ହେଉଛି । ଏହାସହ ସଞ୍ଜୟ ସଲମାନ ଖାନଙ୍କ ସହ ମଧ୍ୟ ଆଉ ଗୋଟେ ନୂଆ ପ୍ରୋଜେକ୍ଟରେ ଆଗେଇ ଚାଲିଛନ୍ତି । ଏହି ଫିଲ୍ମର ଟାଇଟଲ ରଖାଯାଇଛି ‘ଇସକବାଲା’ ।

tiger

ଏପଟେ ଟାଇଗର କରନ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆ ନଜର ଆସିବେ । ଏଥିରେ ଅଭିନେତା ବରୁଣ ଧାୱନ ଓ ସିଦ୍ଧାର୍ଥ ମଲହୋତ୍ରା କାମିଓ ଭାବେ ନଜର ଆସିପାରନ୍ତି ବୋଲି ଜଣା ପଡ଼ିଛି ।

ତେବେ ଉଭୟ ସଞ୍ଜୟ ଓ ଟାଇଗର ନୂଆ ପ୍ରଜେକ୍ଟ ବିଷୟରେ କିଛି ମୁହଁ ଖୋଲିନାହାନ୍ତି । ଏପରି ହଠାତ ସାକ୍ଷାତକାର ପ୍ରୋଜେକ୍ଟ ପାଇଁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More