Only for Entertainment

ଆଗାମୀ ବର୍ଷ ଏହି ଦିନ ଆରମ୍ଭ ହେବ ଟାଇଗର ଶ୍ରଫଙ୍କ ‘ବାଗି-୩’, ଜାଣନ୍ତୁ କାହା ସହିତ କରିବେ ଅନସ୍କ୍ରିନ ରୋମାନ୍ସ ।

DNA India
0 32

‘ବାଗି ୨’ର ଫ୍ୟାନମାନଙ୍କ ପାଇଁ ଖୁସି ଖବର । ଟାଇଗର ଶ୍ରଫଙ୍କ ଏହି ସୁପରହିଟ ଫ୍ରାଞ୍ଚାଇଜର ଏବେ ତୃତାୟ ଫିଲ୍ମ ଆସିବାକୁ ଯାଉଛି । ଏହା ପୂର୍ବରୁ ଏହି ଫ୍ରାଞ୍ଚାଇଜର ଦୁଇଟି ଫିଲ୍ମ ‘ବାଗି‘ ଏବଂ ‘ବାଗି-୨’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଟାଇଗର ଏବେ କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ପରେ ସେ ହ୍ରିତିକ ରୋଶନଙ୍କ ସହିତ ଏକ ଫିଲ୍ମରେ ନଜର ଆସିବେ । ଏହାପରେ ସେ ‘ବାଗି-୩’ର କାମ କରିବେ ବୋଲି ଶୁଣିବାକୁ ମିଳୁଛି ।

ଏବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଏହି ଫିଲ୍ମର ସୁଟିଂ ଆଗାମୀ ବର୍ଷ ଆରମ୍ଭ ହେବ । ଆପଣଙ୍କୁ କହିରଖୁଛୁ ଯେ ‘ବାଗି -୨’ର ଟ୍ରେଲର ଲଞ୍ଚ ଅବସରରେ ମେକର୍ସ ‘ବାଗି-୩’ ବିଷୟରେ ଘୋଷଣା କରିଥିଲେ । ଏବେ ମେକର୍ସ ଫିଲ୍ମର ପ୍ରସ୍ତୁତିରେ ଲାଗିଯାଇଛନ୍ତି । ଆଗାମୀ ବର୍ଷ ମେ-ଜୁନ ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ରିପୋର୍ଟ ଅନୁସାରେ ଟାଇଗର, ହ୍ରିତିକଙ୍କ ସହିତ ଆନନ୍ଦ ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମର ସୁଟିଂ ଶେଷ କରିବା ପରେ ବାଗି-୩ ପ୍ରୋଜେକ୍ଟରେ କାମ ଆରମ୍ଭ କରିବେ ।

ପୂର୍ବ ଫିଲ୍ମ ପରି ବାଗି-୩ର ନିର୍ଦ୍ଦେଶନା ଭାର ତୁଲାଇବେ ଅହମଦ ଖାନ । ତେବେ ଫିଲ୍ମର ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଗଲେ ମେକର୍ସ ଦର୍ଶକଙ୍କ ପାଇଁ ଏହା ସରପ୍ରାଇଜ ରଖିଛନ୍ତି । ‘ବାଗି’ର ଏହି ଆଗାମୀ ସିକ୍ୱଲରେ ନା ଶ୍ରଦ୍ଧା କପୁର ନା ଦିଶା ପଟ୍ଟାନୀଙ୍କୁ ଦେଖିବାକୁ ମିଳିବ । ମେକର୍ସ ଫିଲ୍ମ ପାଇଁ ଏକ ନୂଆ ଚେହେରାକୁ ସୁଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More