Only for Entertainment

ଟାଇଗରଙ୍କ ପ୍ରତିଛବି ଇଂଟରନେଟରେ ମଚାଇଲେ ଧମାଲ , ଦେଖନ୍ତୁ ଫଟୋ !

bollywoodlife
0 40

ଆମେ ଡିଜିଟାଲର ଏଭଳି ସ୍ତରରେ ଗତି କରୁଛୁ, ଯେଉଁଠାରେ କୌଣସି ଜିନିଷ ଲୁଚି ରହେ ନାହିଁ । ତାହା ଘଟଣା ହେଉ କିମ୍ବା କୌଣସି ଜିନିଷ ଯାହା ବେଶୀ ଦିନ ପର୍ଯ୍ୟନ୍ତ ଲୁଚି ରହି ନଥାଏ । ଏହିଭଳି ଘଟଣା ସମସ୍ତଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ ଏବଂ ଦେଖୁ ଦେଖୁ ଏହା ଇଂଟରନେଟରେ ଭାଇରାଲ ହୋଇଯାଏ । ଏଭଳି ଅନେକ ଥର ହୋଇଛି ଯେ ଷ୍ଟାରଙ୍କ ପ୍ରତିଛବି ରାତାରାତି ଚର୍ଚ୍ଚାର ବିଷୟ ହୋଇ ଇଂଟରନେଟରେ ନିଜର ଯାଦୁ ଦେଖାଇଥାଆନ୍ତି । ଯେପରିକି ଘଟିଥିଲା ପ୍ରିୟା ପ୍ରକାଶ ଏବଂ ଡ୍ୟାନ୍ସିଂ ଅଙ୍କଲଙ୍କ କ୍ଷେତ୍ରରେ, ଯାହାଙ୍କୁ ଡିଜିଟାଲ ୱାର୍ଲ୍ଡ କିଛି ଘଂଟା ମଧ୍ୟରେ ଇଂଟରନେଟରେ ପ୍ରସିଦ୍ଧ ବନାଇ ଦେଇଥିଲା ।

Quick Repost

A post shared by David Messi (@davidmessi_official) on

ଏଠାରେ ଆମେ ଏଭଳି ଜଣେ ବ୍ୟକ୍ତିଙ୍କ ସହ ଆପଣଙ୍କୁ ଭେଟ କରାଇବାକୁ ଯାଉଛୁ, ଯେ ତାଙ୍କର ଲୁକ୍ସକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବେଳେ ବେଳେ ତ ଏଭଳି ଲାଗେ ଯେ ସେ ପ୍ରତିଛବି ନୁହଁନ୍ତି ବରଂ ରିୟଲ । ଏଠାରେ ଆମେ ଟାଇଗର ଶ୍ରଫଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତିଙ୍କ ବିଷୟରେ କହୁଛୁ । ଅସଲରେ ଆସାମ ଅଭିନେତା ଡେବିଡ ଶାହରିୟା ନା କେବଳ ଟାଇଗରଙ୍କ ଭଳି ଆଖି ଏବଂ ଚେହେରା ବରଂ ଫିଜିକ ମଧ୍ୟ ଟାଇଗରଙ୍କ ଠାରୁ କମ ନୁହେଁ । ସବୁଠାରୁ ମଜାଦାର କଥା ହେଉଛି ସେ ମଧ୍ୟ ପେଶାରେ ଜଣେ ଅଭିନେତା ଅଟନ୍ତି ।

Be Somebody Nobody thought U could be…

A post shared by David Messi (@davidmessi_official) on


ଏକ ସାକ୍ଷାତକାରରେ ଡେବିଡ କହିଛନ୍ତି ଅନେକ ଥର ଲୋକ ତାଙ୍କୁ ଟାଇଗର ଶ୍ରଫ ଭାବନ୍ତି , ମାତ୍ର ସେ ନିଜ ରାସ୍ତା ନିଜ ବାଛିବାକୁ ପସନ୍ଦ କରନ୍ତି । ଲୋକମାନେ ତାଙ୍କୁ ଖୁବ ପ୍ରଶଂସା କରନ୍ତି ଏବଂ ଏହା ତାଙ୍କୁ ଭଲ ଲାଗେ ବୋଲି ଡେବିଡ କହିଛନ୍ତି ମାତ୍ର ଲୋକ ତାଙ୍କୁ ଟାଇଗର ନାଁରେ ଜାଣନ୍ତି ବୋଲି କହିଛନ୍ତି । ତେଣୁ ସେ ଚାହାନ୍ତି ଲୋକମାନେ ତାଙ୍କୁ ତାଙ୍କ ନାଁରେ ଜାଣନ୍ତୁ ବୋଲି । ଡେଭିଡ ଏବେ କ୍ଷତ୍ରିୟ ଭାଷାର ଫିଲ୍ମରେ ମଶଗୁଲ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More