Only for Entertainment

ଟିକ ଟକ ସେଲିବ୍ରିଟି ଶାହରୁଖ ଖାନ ନୋଏଡାରୁ ଗିରଫ, ଆପରେ ଅଛନ୍ତି ୪୦୦୦୦ ଅଧିକ ଫଲୋୟର୍ସ

zee news
306

ଟିକଟକରେ ଆସୁଥିବା ଅନେକ ଲୋକେ ସେଲିବ୍ରିଟିଙ୍କ ନାମରେ ଫେମସ । ଏହି ଲିଷ୍ଟରେ ଟିକ ଟକ ଷ୍ଟାର ଶାହରୁଖ ଖାନ ମଧ୍ୟ ଅଛନ୍ତି । ଟିକ ଟକ ଷ୍ଟାର ଶାହରୁଖ ଖାନଙ୍କୁ ଏବେ ନୋଏଡା ପୋଲିସ ଚୋରି କରିବା ଅଭିଯୋଗରେ ଗିରଫ କରିଛନ୍ତି ।

ଉତ୍ତର ପ୍ରଦେଶର ବୁଲନ୍ଦସହରରେ ରହୁଥିବା ଶାହରୁଖ ଖାନ ବୁଧବାର ସକାଳେ ଗ୍ରେଟର ନୋଏଡାରେ ନିଜର ତିନି ଜଣ ବନ୍ଧୁଙ୍କ ସହିତ ଧରାପଡିଛନ୍ତି । ୨୩ ବର୍ଷିୟ ଏହି ଯୁବକଙ୍କ ଉପରେ ନିକଟରେ ହୋଇଥିବା ଛଇଟି ଚୋରିର ଆରୋପ ଲାଗିଛି ।

କହିରଖୁଛୁ ଯେ, ଟିକଟକ ପ୍ଲାଟଫର୍ମରେ ଶାହରୁଖ ଖାନ ନିଜର ଡ୍ୟାନ୍ସ ଭିଡିଓ ପାଇଁ ଖୁବ ଫେମସ । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଭିଡିଓରେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଟିକଟକ ଆପରେ ଶାହରୁଖ ଖାନଙ୍କର ୪୦ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି ।

କିଛି ଦିନ ହେବ ଗ୍ରେଟର ନୋଏଡାରେ କିଛି ଲୋକେ ଅସ୍ତ୍ର ଧରି ଲୁଟପାତ କରୁଥିଲେ । ଏହି ଘଟଣାକୁ ନେଇ ପୋଲିସ ବୁଧବାର ଚାରି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଶାହରୁଖ ଖାନ ମଧ୍ୟ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More