Only for Entertainment

ରୋଷେଇ ଘରୁ ଦାଗ ଛଡ଼ାଇବା ପାଇଁ କରନ୍ତୁ ଏହି ସରଳ ଉପାୟ ।

Nuts.com
0 42

ରୋଷେଇ ଘରର ଅଧିକାଂଶ ସ୍ଥାନରେ ଥିବା ଦାଗ ସହଜରେ ଛାଡ଼ି ନଥାଏ। ଯାହା ଦ୍ୱାରା ଏହା ବହୁତ ଅପରିଷ୍କାର ଦେଖାଯାଇଥାଏ। ଆମେ ଏହାକୁ ଛଡ଼ାଇବା ନିମନ୍ତେ ବହୁ ଦ୍ରବ୍ୟର ବ୍ୟବହାର କରିଥାଉ। କିଛି ଏପରି ଉପାୟ ଅଛି ଯାହାକୁ ବ୍ୟବହାର କରି ଆମେ ରୋଷେଇ ଘରର ସମସ୍ତ ପ୍ରକାରର ଦାଗକୁ ସହଜରେ ଛଡ଼ାଇ ପାରିବା।

ତେଲର ଦାଗ ଛଡ଼ାଇବା ନିମନ୍ତେ ଗରମ ପାଣିରେ କିଛି ବେକିଙ୍ଗ ପାଉର ପକାଇ ଏହାକୁ ଏକ ବ୍ରସ୍‍ ମାଧ୍ୟମରେ ତେଲ ଚିକଟା ଥିବା ଜାଗାରେ ଭଲ ଭାବେ ଘଷି ୨୦ରୁ ୩୦ମିନିଟ ରଖନ୍ତୁ। ଏହା ପରେ ଏହାକୁ ଏକ କପଡ଼ା ସାହଯ୍ୟରେ ପୋଛି ଦିଅନ୍ତୁ। ଏହି ଚିକଟା ଅଂଶ ଭଲ ଭାବେ ସଫା ହୋଇଯିବ।

କଡ଼େଇ ଅଥବା ଯେକୌଣସି ପାତ୍ରରେ ଥିବା ପୋଡ଼ା ଦାଗକୁ ସଫା କରିବାକୁ ହେଲେ ଗରମ ପାଣି କରି ସୋଡ଼ାକୁ ପକାଇ ସେହି ପୋଡ଼ା ଥିବା ପାତ୍ରରେ ଢାଳି ରଖନ୍ତୁ। ଏହି ଦାଗ ସହଜରେ ଛାଡ଼ି ଯିବ।

ଚା’ ଛଣା ଓ ଚା’କପ ଆଦିରେ ବହୁ ଦିନ ହୋଇଗଲେ ଦାଗ ହୋଇଯାଏ। ଏହି ଦାଗକୁ ଛଡ଼ାଇବାକୁ ହେଲେ ଏକ ପାତ୍ରରେ ୩ ଚାମଚ ବେକିଙ୍ଗ ପାଡ଼ରେ ଏକ ଚାମଚ ପାଣି ମିଶାଇ ଏହାକୁ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଚା’ଛଣା, ଚା’ କପରେ ଲଗାଇ ୧୦ରୁ ୧୫ ମିନିଟ ରଖନ୍ତୁ। ଏହା ପରେ ଏହାକୁ ଧୋଇ ଦିଅନ୍ତୁ। ଏହା ଭଲ ଭାବେ ସଫା ହୋଇଯିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More