Only for Entertainment

ପ୍ରାକୃତିକ ଉପାୟରେ ଘରକୁ ଥଣ୍ଡା ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

Pinkax
0 45

ଖରା ଦିନେ ସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଲୋକେ ସାଧାରଣତଃ କୁଲର, ଏସି ଆଦି ବ୍ୟବହାର କରନ୍ତି ଲୋକେ। କିନ୍ତୁ ଯେତେବେଳେ ବିଦ୍ୟୁତ୍ ନଥାଏ ତ ଏସବୁ କିଛି କାମରେ ଆସେ ନାହିଁ। ଗରମରେ ବଡ଼ ହନ୍ତସନ୍ତ ହେବାକୁ ପଡ଼େ। ଆମେ ଆପଣଙ୍କୁ କିଛି ଭଲ ପ୍ରକ୍ରିୟା  କହୁଛୁ, ଯାହା ଦ୍ୱାରା ଆପଣ କିଛି ପ୍ରାକୃତିକ ଉପାୟରେ ଘରକୁ ଥଣ୍ଡା ରଖିପାରିବେ।  ଖରାରେ ଘରେ ରହି ଆରାମ ପାଇ ପାରିବେ।

  • ଘରେ  ଯଦି ଏ.ସି ରଖି ନାହାନ୍ତି ତ ରୁମର ଫ୍ଲୋର୍‌ରେ କାର୍ପେଟ୍‌ ବିଛାନ୍ତୁ ନାହିଁ। କାରଣ କାର୍ପେଟ୍‌ ଗରମ ବଢାଇଥାଏ। ଫ୍ଲୋର୍‌ ଖାଲି ରହିଲେ ଘର ଥଣ୍ଡା ଲାଗେ। ଘରର ତାପମାତ୍ରା ବୃଦ୍ଧି ହୁଏନାହିଁ।
  • କୌଣସି ବାଲଟି ବା ଟବ୍‌ରେ ପାଣି ଭର୍ତ୍ତି କରି ଘରେ ରଖନ୍ତୁ। ଏଥିରେ ଝରକା ଦେଇ ଆସୁଥିବା ପବନ ବା ଫ୍ୟାନ୍‌ ପବନରେ ଘର ଥଣ୍ଡା ଲାଗିବ।
  • ଘରକୁ ସୂର୍ୟ୍ୟ କିରଣରୁ ରୋକିବା ପାଇଁ ଝରକା, କବାଟରେ ମୋଟା ଓ ଗାଢ଼ ରଙ୍ଗର ସ୍କ୍ରିନ୍‌ ଲଗାନ୍ତୁ। ଗାଢ଼ ରଙ୍ଗ ମଧ୍ୟରେ ଲାଲ୍, ନୀଳ, ସବୁଜ ଆଦି ରଙ୍ଗ ବାଛିପାରିବେ। ଏହା ଗରମକୁ ନିଜେ ଟାଣିଦେଇ ଘରକୁ ଥଣ୍ଡା ରଖିଥାଏ।
  • ଶୋଇବା ଘରେ ବେଡଶିଟ ହାଲକା ରଙ୍ଗର ହେବା ଉଚିତ୍‌। ହାଲକା ନୀଳ ଓ ସବୁଜ ରଙ୍ଗର  ବେଡଶିଟ୍‌  ଶୋଇବା ପାଇଁ ଆରାମ୍‌ ଦାୟକ।
  • ଘରର ଛାତ ଉପରେ ଓଦା ନଡା ରଖନ୍ତୁ। ଘରର ତାପମାତ୍ରା କମ୍‌ ରହିବ।
  • ଯଦି ଘରେ କୁଲର ରଖିଛନ୍ତି ତ ସେହି ଘରର ଝରକାରେ ଜାଲି ଲଗାନ୍ତୁ। ଫଳରେ ଶୀତଳ ପବନ ଘରକୁ ଆସିବ।
  • ଆଉ ମଧ୍ୟ ଆପଣ ଚାହିଁଲେ ସକାଳ, ସନ୍ଧ୍ୟାରେ ଘରର ଚଟାଣକୁ ପାଣିରେ ଧୋଇପାରିବେ। ଯାହାକୁ ଘରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିବ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More