Only for Entertainment

ମଧୁମେହ ରୋଗୀ ଜାଣି ରଖନ୍ତୁ ,ସପ୍ତାହରେ କେତେ ଥର ଭାତ ଖାଇବା ଉଚିତ ।

Panna Cooking
0 47

ଭାରତରେ ସାଧାରଣତଃ ଅନେକ ଚାଷୀ ଧାନ ଚାଷ କରିଥାନ୍ତି । ଏହା ସହିତ ଭାରତର ଅଧିକତମ ରାଜ୍ୟରେ ଭାତ ଏକ ଲୋକପ୍ରିୟ ଏବଂ ଅଧିକତମ ସେବନ କରାଯାଉଥିବା ଖାଦ୍ୟ । ହେଲେ ମଧୁମେହ(ଡାଇବେଟିସ୍‌) ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଲାଗି ଏହାର ସେବନ ସେମାନଙ୍କର ସ୍ୱାସ୍ଥ୍ୟ ଲାଗି କ୍ଷତିକାରକ ହୋଇଥାଏ। କାରଣ ଆମ ଭାରତବର୍ଷରେ ଅଧିକତର ଧଳା ଚାଉଳର ସେବନ କରାଯାଇଥାଏ,ଯାହାକି ବ୍ଲଡସୁଗାର୍‌ର ସ୍ତରକୁ ହଠାତ୍‌ ବଢ଼ାଇ ଦେଇଥାଏ।ଏହି କାରଣରୁ ମଧୁମେହର ସମସ୍ୟା ଗମ୍ଭୀର ହୋଇଯାଏ।

ଆପଣ ଯଦି ମଧୁମେହରେ ପୀଡିତ ହୋଇ ବି ଭାତର ଖାଇବାକୁ ଚାହୁଁଛନ୍ତି ତ,ତେବେ ଆପଣଙ୍କୁ ଏନେଇ କିଛି ଉପାୟର ଅବଲମ୍ବନ କରିବାକୁ ହେବ, ଯାହାଦ୍ୱାରା କି ଏହି ଧଳା ଚାଉଳର ସେବନ ମଧୁମେହ ପୀଡ଼ିତଙ୍କ ଉପରେ ତାହାର କମ୍‌ କୁପ୍ରଭାବ ପକାଇବ।

ପୋଷକତତ୍ତ୍ୱର ଉପାୟ ଅନୁଯାୟୀ,ଯଦି କୌଣସି ବ୍ୟକ୍ତି ମଧୁମେହରେ ପୀଡିତ ହୋଇ ବି ଧଳା ଚାଉଳର ସେବନ କରିବାକୁ ଚାହାଁନ୍ତି ,ତେବେ ସେ ସପ୍ତାହକ ମଧ୍ୟରେ ସୀମିତ ମାତ୍ରାରେ ଥରୁଟିଏ ହିଁ ଏହାର ସେବନ କରନ୍ତୁ ।ତେବେ ମଧୁମେହରେ ପୀଡ଼ିତ ଥିବା ବ୍ୟକ୍ତିିଙ୍କର ଧଳା ଚାଉଳର ଭାତ ଖାଇବା ବେଳେ ଟିକେ ସତର୍କ ରହିବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More