Only for Entertainment

କେଶ ସମସ୍ୟା ହେଉଛି କି ? ସାମ୍ପୁରେ ମିଶାଇ ଲଗାନ୍ତୁ ଏହି ସବୁ ଜିନିଷ

The Luxury Spot
0 54

ନାରୀର ସୌନ୍ଦର୍ଯ୍ୟ ତା’ର କେଶ । ନାରୀଟିଏ ତା’ର ସୁନ୍ଦର କେଶ ପାଇଁ ବେଶି ସୁନ୍ଦର ଦେଖାଯାଏ । ଏଣୁ ଯଦି କେଶ ଶୁଖିଲା ଦେଖାଯିବା ସହ ରୂପି, ପତଳା, ଫାଟିବା, ଓ ଝଡିବା ପରି ଅନେକ ସମସ୍ୟା ଦେଖାଯାଇଥାଏ, ଏହା ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆମେ ସାମ୍ପୁରେ କ’ଣ ମିଶାଇ ଲଗାଇଲେ ଏସବୁ କେଶ ସମସ୍ୟାରୁ ମୁକ୍ତି ପାଇବା ଜାଣିବା ଆସନ୍ତୁ …

  • ଡ୍ରାଏ କେଶ-
    ଗୋଟିଓ ଚାମଚ ଗୋଲାପ ଜଳରେ ସାମ୍ପୁ ମିଶାଇ ଲଗାନ୍ତୁ । ଏହାଦ୍ୱାରା କେଶ କୋମଳ ଓ ସୁନ୍ଦର ଦେଖାଯାଇଥାଏ । ଏହାକୁ କିଛିଦିନ ବ୍ୟବହାର କରିବା ପରେ ଜାଣି ପାରିବେ ।
  • ରୁପି-
    ରୁପି ସମସ୍ୟା ଥିଲେ ସାମ୍ପୁରେ ଲେମ୍ପୁ ରସ ମିଶାଇ ଲଗାନ୍ତୁ, ରୁପି ସମସ୍ୟା ଦୂର ହେବ । ଏହାକୁ ସପ୍ତାହକୁ ଦୁଇଥର ଲଗାନ୍ତୁ ।
  • କେଶ ଝଡିବା –
    ସାମ୍ପୁରେ ଏକ ଚାମଚ ଅଁଳା ପାଉଡର ମିଶାଇ ଲଗାଇବା ଦ୍ୱାରା କେଶ ଝଡିବା କମ ହୋଇଥାଏ ।
  • କେଶ ସଫା-
    କେଶ ମୂଳକୁ ଭଲକରି ସଫା କରିବା ପାଇଁ ସାମ୍ପୁରେ ଗୋଟିଏ ଚାମଚ ଚିନି ପକାଇ ସଫା କରନ୍ତୁ । ଏହାଦ୍ୱାରା କେଶ ମୂଳରେ ଥିବା ସାମ୍ପୁର କେମିକାଲ ବାହାରି ଯାଇଥାଏ ଓ କେଶ ସଫା ଓ କୋମଳ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More