Only for Entertainment

ଦୀର୍ଘାୟୁ ହେବାକୁ ଚାହୁଁଥିଲେ କରନ୍ତୁ ଏହି ଉପାୟ

lemon grad
0 59

ଦିନକୁ ଦିନ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହେଉଛି । ଅନେକ ଲୋକ ନିଜର ଆୟୁଷ ଜାଣିବା ପାଇଁ କେତେକ ଜ୍ୟୋତିଷମାନଙ୍କ ସହ ପରାମର୍ଶ କରିଥାନ୍ତି । କାରଣ ସେମାନେ ଜାଣିବାକୁ ଚାହାଁନ୍ତି ଯେ କେତେ ଦିନ ପର୍ଯ୍ୟନ୍ତ ବଂଚିବେ । ଜୀବନରେ କିଛି ଅଘଟଣ ଘଟିବାର ସମ୍ଭାବନାକୁ ନେଇ ଚିନ୍ତିତ ରହିଥାନ୍ତି । ଯାହା ଫଳରେ ଲୋକମାନେ ନିଜର ଆୟୁଷ ବିଷୟରେ ଜାଣିବା ପାଇଁ ଜ୍ୟୋତିଷ ମାନଙ୍କ ପାଖକୁ ଯାଇଥାନ୍ତିି । କିନ୍ତୁ ଏକ ଗବେଷଣାରୁ ଜଣାପଡିଛି, ଯେ ଲୋକମାନେ ଯେତେ ଅଧିକ ପଢିବେ ତାଙ୍କ ଆୟୁଷ ସେତେ ଲମ୍ବା ହେବ ।

ସୂଚନା ଅନୁସାରେ, ଏକ ଗବେଷଣା ରିପୋର୍ଟରେ ଜଣାଯାଇଛି ଯେ ସ୍କୁଲ ଶିକ୍ଷା ସାରିବା ପରେ ଯେଉଁ ବ୍ୟକ୍ତି ଯେତେ ଉଚ୍ଚଶିକ୍ଷା ଲାଭ କରିବେ ତାଙ୍କର ଆୟୁଷ ସେତେ ଲମ୍ବା ହେବ । କ୍ରମାଗତ ପାଠପଢା ଜାରି ରଖିଥବା ବ୍ୟକ୍ତିଙ୍କ ବୟସରେ ହାରାହାରି ୧୧ମାସ ବୃଦ୍ଧି ହେଉଥିବା ଦେଖାଯାଇଛି । ସ୍କଟଲାଣ୍ଡର ଏଡିନ୍ବର୍ଗ ବିଶ୍ୱବିଦ୍ୟାଳୟର ଡ. ପିଟର ଯୋଶୀ ଏହି ଗବେଷଣା କରିଥିଲେ । ୟୁରୋପ, ଅଷ୍ଟ୍ରେଲିଆ ଏବଂ ଉତ୍ତର ଆମେରିକାର ବାସିନ୍ଦାଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ଏଥିରେ ୨୫ଟି ବିନ୍ଦୁକୁ ଆଧାର କରାଯାଇଥିବା ବେଳେ ମୋଟ ୬ଲକ୍ଷ ଏହି ଗବେଷଣାରେ ସାମିଲ ହୋଇଥିଲା ।

ଲୋକମାନଙ୍କ ଆନୁବଂଶିକ ତଥା ଜୀବନକାଳ ସହ ଜଡିତ ତଥ୍ୟ ପରଖା ଯାଇଥିଲା । ଏହି ଗବେଷଣାରେ ଆୟୁଷ ଉପରେ ଜୀବନଶୈଳୀର ପ୍ରଭାବ ଜାଣିବା ଲାଗି ଚେଷ୍ଟା କରାଯାଇଥିବା ବେଳେ ଶିକ୍ଷା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜଣାପଡିଛି ବୋଲି ଡ.ଯୋଶୀ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More