Only for Entertainment

ଫିଟ୍ ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

Today Show
0 38

ଆମେ ଫିଟ୍ ଓ ସୁସ୍ଥ ରହିବା ଲାଗି ସର୍ବଦା ଚାହୁଁ। ଏଥିଲାଗି ଆମେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଉ। କିନ୍ତୁ କେତେକ ସାଧାରଣ କଥାକୁ ଗୁରୁତ୍ୱ ଦେଇ ନଥାଉ। ଆସନ୍ତୁ ସେହି କଥା ଜାଣିବା।

ପେଟପୁରା ଖାଆନ୍ତୁ ନାହିଁ – ଅନେକ ଲୋକ ପେଟପୁରା ଖାଇବାରେ ଅଭ୍ୟସ୍ତ । କାରଣ ସେମାନେ ଭାବନ୍ତି ଯେଏପରି ଖାଇଲେ ଦେହ ଭଲ ରହିବ । କିନ୍ତୁ ପ୍ରକୃତରେ ତାହା ଠିକ୍ ନୁହେଁ । ମନେ ରଖନ୍ତୁ କେବେ ବି ପେଟଭର୍ତ୍ତି କରି ଖାଆନ୍ତୁ ନାହିଁ । ପେଟରେ ସବୁବେଳେ କିଛି ଖାଲି ଜାଗା ରଖନ୍ତୁ ।

ସକାଳ ଜଳଖିଆ ଜରୁରୀ – ସକାଳ ଜଳଖିଆ ଖାଇବାକୁ କେବେ ବି ଭୁଲନ୍ତୁ ନାହିଁ । ଯଦି ଟୋଷ୍ଟ,ପରଟା ବା ରୁଟି ଖାଇବାକୁ ଚାହୁଁଛନ୍ତି ଭଲ, କିନ୍ତୁ ଫଳରସ ବା ଗାଜର, ଟମାଟୋ ଜୁସ୍ ସେବନ କରନ୍ତୁ । ମନେ ରଖିବା ଉଚିତ ଯେ ବ୍ରେକ୍ଫାଷ୍ଟ ନ ନେବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାର। ଏଣୁ ଏଥିରେ ଯେପରି ବ୍ୟତିକ୍ରମ ନ ଘଟେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏଣୁ ସକାଳ ଜଳଖିଆ ଜରୁରୀ ବୋଲି ଧରିବାକୁ ପଡିବ ।

ବ୍ୟାୟାମ କରନ୍ତୁ – ମନେ ରଖନ୍ତୁ ଫିଟ୍ ଓ ସୁସ୍ଥ ରହିବା ଲାଗି ବ୍ୟାୟାମର ପ୍ରମୁଖ ଭୂମିକା ରହିଛି । ଏଣୁ ପ୍ରତିଦିନ ଅତିକମ୍ରେ ୨୦ ମିନିଟ୍ର ବ୍ୟାୟାମ ଅଭ୍ୟାସ କରନ୍ତୁ । ତା’ନହେଲେ ୨୦ ମିନିଟ୍ ଚାଲନ୍ତୁ । ଏହା ଦ୍ୱାରା ଶରୀର ଫିଟ୍ ରହିବ । ଏପରି କଲେ ମନ ସ୍ଫୁର୍ତ୍ତି ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More