Only for Entertainment

ରାତିରେ ଖରାପ ସ୍ୱପ୍ନରୁ ଦୂରେଇବା ପାଇଁ ଆପଣାନ୍ତୁ ଏହି ଉପାୟ !

dreams
0 40

ରାତିରେ ଶୋଇବା ସମୟରେ ଖରାପ ସ୍ୱପ୍ନ ଦେଖି ଅନେକ ଲୋକ ଡରି ଯାଆନ୍ତି। ଖରାପ ସ୍ୱପ୍ନ କେବଳ ଆମ ନିଦକୁ ଖରାପ କରି ନ ଥାଏ, ଏହା ଯୋଗୁ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ।

କାହିଁକି ଆସେ ଖରାପ ସ୍ୱପ୍ନ ?
ଏକ ରିପୋର୍ଟ ଅନୁସାରେ ଖରାପ ସ୍ୱପ୍ନ ଦେଖିବାର ଅନେକ କାରଣ ରହିଛି। ଏମିତି ବି ହୋଇପାରେ ଏହା ପଛରେ କିଛି ରୋଗ ଥାଇପାରେ। ବ୍ଲଡ୍ ପ୍ରେସର ଯୋଗୁ ଖରାପ ସ୍ୱପ୍ନ ଆସିପାରେ। ଅତୀତରେ କିଛି ଖରାପ ଅନୁଭୂତି ବି ଏହାର କାରଣ ହୋଇପାରେ।

ଖରାପ ସ୍ୱପ୍ନ ରୋକିବାର ୫ଟି ଉପାୟ

୧- ଚିନ୍ତା ଦୂର କରନ୍ତୁ
ଚିନ୍ତା ଅନେକ ରୋଗର କାରଣ ହୋଇଥାଏ। ଆମେ ଚିନ୍ତାଗ୍ରସ୍ତ ହେଲେ ଏହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଖରାପ ସ୍ୱପ୍ନ ଦେଖିବାର ଗୋଟିଏ କାରଣ ହେଉଛି ଅତ୍ୟଧିକ ଚିନ୍ତା। ଚିନ୍ତା ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ପ୍ରତିଦିନ ଯୋଗ କରନ୍ତୁ। ପଢ଼ାପଢ଼ି କରନ୍ତୁ। ଏମିତି କିଛି କାମ କରନ୍ତୁ ଯାହା ଆପଣଙ୍କୁ ଚିନ୍ତାମୁକ୍ତ କରିବାରେ ସାହାଯ୍ୟ କରିବ।

୨- ଶୋଇବାର ସମୟ ଠିକ୍‌ ରଖନ୍ତୁ
ଶୋଇବାର ସମୟ ଠିକ୍‌ ରଖିଲେ ଖରାପ ସ୍ୱପ୍ନ ଆସିବ ନାହିଁ। ନିଜର ଶୋଇବା ଘରର ବାତାବରଣ ଏପରି ରଖନ୍ତୁ ଯେପରି ଶୀଘ୍ର ନିଦ ଆସିବ।

୩- ମୋବାଇଲ୍‌କୁ ଦୂରରେ ରଖନ୍ତୁ
ବିଶେଷଜ୍ଞଙ୍କ ମତରେ ଶୋଇବା ସମୟରେ ପାଖରେ ମୋବାଇଲ୍‌ ରଖନ୍ତୁ ନାହିଁ। ଶୋଇବା ପୂର୍ବରୁ ମୋବାଇଲ୍‌ରେ ସମୟ ବିତାନ୍ତୁ ନାହିଁ। କାରଣ ମୋବାଇଲ୍‌ର ନୀଳ ରଶ୍ମୀ ନିଦକୁ ପ୍ରଭାବିତ କରିଥାଏ।

୪- ଇମେଜରୀ ରିହର୍ସଲ୍‌ ଚିକିତ୍ସା କରନ୍ତୁ
ଖରାପ ସ୍ୱପ୍ନକୁ ଦୂର କରିବାରେ ଏହା ହେଉଛି ସବୁଠୁ ଭଲ ଚିକିତ୍ସା ପଦ୍ଧତି। ଏହି ଚିକିତ୍ସା କଲେ ଆପଣ ଖରାପ କଥା ବଦଳରେ ଭଲ କଥା କଳ୍ପନା କରିବେ। ସବୁବେଳେ ଭଲ ବା ପଜିଟିଭ୍‌ କଥା ଚିନ୍ତା କରନ୍ତୁ। ଦେଖିବେ, ଖରାପ ସ୍ୱପ୍ନ ଦୂରେଇଯିବ।

୫- ଦେଖିଥିବା ଖରାପ ସ୍ୱପ୍ନ ଅନ୍ୟକୁ କୁହନ୍ତୁ
ଆପଣ ଯାହାଙ୍କୁ ଅଧିକ ବିଶ୍ୱାସ କରନ୍ତି ତାଙ୍କୁ ଦେଖିଥିବା ଖରାପ ସ୍ୱପ୍ନ ବିଷୟରେ କୁହନ୍ତୁ। ନ ହେଲେ  ଯିଏ ଆପଣଙ୍କ ସ୍ୱପ୍ନକୁ ବୁଝି ଏହାର ସମାଧାନ କରିପାରିବ ବୋଲି ଭାବୁଛନ୍ତି, ତାଙ୍କୁ ଜଣାନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More