Only for Entertainment

ପାର୍ଟନରକୁ ଭଲପାଇବାର ଅନୁଭବ କରାଇବା ପାଇଁ ଏହି ସବୁ ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

shutterstock
0 42

ପ୍ରେମରେ ପଡ଼ିବା ପରେ ପ୍ରତ୍ୟେକ ବ୍ୟକ୍ତି ନିଜ ପାର୍ଟନର ଚେହେରାରେ ହସ ଦେଖିଲେ ଖୁସି ହୋଇଯାନ୍ତି । କାରଣ ସେହି ଚେନାଏ ହସ ଗଭୀର ଦୁଃଖକୁ ମଧ୍ୟ ଭୁଲିବାରେ ସାହାର୍ଯ୍ୟ କରିଥାଏ ବୋଲି ସମସ୍ତେ ବିଶ୍ୱାସ କରନ୍ତି । ଜୀବନରେ ଖୁସିରେ ରହିବା ପାଇଁ ପ୍ରେମ ଏବଂ ବିଶ୍ୱାସର ପ୍ରମୁଖ ଭୂମିକା ରହିଛି । କିନ୍ତୁ ବିଭିନ୍ନ ସମୟରେ ଛୋଟ ଛୋଟ କଥାରେ ଝଗଡ଼ା ହୋଇଥାଏ । ଏହା ଦ୍ୱାରା ଦୂରତା ସୃଷ୍ଟି ହୋଇଥାଏ । କିନ୍ତୁ ଏଭଳି କିଛଇ ସାଧାରଣ କଥା ରହିଛି ଯାହାକୁ ଝଗଡ଼ା ସମୟରେ ବା ଅନ୍ୟ ସମୟରେ ନିଜ ପାର୍ଟନରକ୍ୁ କହିବା ଦ୍ୱାରା ପୁରୁଣା ଦିନର ଭଲପାଇବା ମନେ ପଡ଼ିଯାଏ । ଯାହା ଦ୍ୱାରା ଆପଣଙ୍କ ପାର୍ଟନର ମଧ୍ୟ ସେସବୁକୁ ମନେ ପକାଇବେ ଏବଂ ଦୂରତା କମଯିବ । ତେବେ ଚାଲନ୍ତୁ ସେ ସବୁ ବିଷୟରେ କିଛି ସାଧାରଣ କଥା ଜାଣିବା ।

  • ଯେତେବେଳେ ଦୂରତା ସୃଷ୍ଟି ହୋଇଥାଏ,ଆପଣ ଖୁବ ପ୍ରେମର ସହିତ କଥା ହେବା ଉଚିତ ଏବଂ ଝଗଡ଼ାକୁ ଯେତେ ଦୂର ସମ୍ଭବ ଦୂରେଇବା ଉଚିତ । । ଏଭଳି କରିବା ଦ୍ୱାରା ସଂପର୍କ ସୁଦୃଢ ହୋଇଥାଏ ।
  • ଝଗଡ଼ା ସମୟରେ କେବେ ନ ରାଗି ନିଜ ତରଫରୁ ବାରମ୍ବାର କଥା ହେବା ଉଚିତ । ଏହା ସହିତ ଇମୋଶନାଲ ବାର୍ତ୍ତାଳପ କରନ୍ତୁ ଏବଂ ପ୍ରେମର ସହିତ କଥା ହୁଅନ୍ତୁ । ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ।
  • ସମୟ ଅଭାବରୁ ମଧ୍ୟ କେବେ କେବେ ଝଗଡ଼ା ହୋଇଥାଏ । କିନ୍ତୁ ପାର୍ଟନର ସହିତ ସମୟ ବିତାଇବପା ପାଇଁ ଏକା ସାଙ୍ଗରେ କିଚେନରେ ରୋଷେଇ କରନ୍ତୁ କିମ୍ବା କାର୍ଯ୍ୟରେ ସାହାର୍ଯ୍ୟ କରନ୍ତୁ ।
  • ସମୟ ବାହାର କରି ପାର୍ଟନରଙ୍କୁ କେବେ କେବେ ରୋମାଂଟିକ ସ୍ଥାନକୁ ନେଇଯାଆନ୍ତୁ । ଏଭଳି କରିବା ଦ୍ୱାରା ଭଲପାଇବା ବଢିଥାଏ ।
  • ପାର୍ଟନରଙ୍କ ପାଇଁ କେବେ କେବେ ନୋଟ୍ସ କିମ୍ବା ସାଏରୀ ଲେଖନ୍ତୁ । ଛୋଟ ଛୋଟ ପ୍ରେମ ଭରା କଥା ମଧ୍ୟ ଲେଖିପାରିବେ ।
    ଏହି ସବୁ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦେବା ଦ୍ୱାରା ସଂପର୍କର ସ୍ଥିତି ସୁଦୃଢ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More