Only for Entertainment

ଟାଇଟାନିକ ଫିଲ୍ମ ଗୀତ ‘ମାଇ ହାର୍ଟ ଉଇଲ ଗୋ ଅନ’ରେ ଦେଖିବାକୁ ମିଳିଲା ଜବରଦସ୍ତ କଥକ ଡାନ୍ସ !

30

ସବୁବେଳେ ନିଜ ଡ୍ୟାନ୍ସର ଯାଦୁରେ ୟୁଟ୍ୟୁବରେ ସେନସେଶନ ପାଲଟିଥିବା ଶ୍ୱେତଲାନା ଏବଂ କୁମାର ଶର୍ମାଙ୍କର ଆଉ ଏକ ଡାନ୍ସ ଭିଡିଓ ୟୁଟ୍ୟୁବରେ ଚହଳ ପକାଉଛି । ୯୦ଦଶକର ଏହି ଫିଲ୍ମ ସୁପରହିଟ ହୋଇଥିଲା ଏବଂ ଏହାର ଗୀତ ମଧ୍ୟ ସୁପରହିଟ ହୋଇଥିଲା । ୯୦ଦଶକ ହଲିଉଡ ଫିଲ୍ମ ଟାଇଟାନିକ ସେ ସମୟରେ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିଲା । ସେହି ଗୀତରେ ଏକ ନିଆରା ଢଙ୍ଗରେ ନୃତ୍ୟ ପରିବେଶଣ କରି ଏବେ ଚର୍ଚ୍ଚାରେ ରହିଛନ୍ତି ଶ୍ୱେତଲାନା ଏବଂ କୁମାର ଶର୍ମା ।

କେବଳ ସେତିକି ନୁହେଁ ସେ ଏହି ଗୀତକୁ ଶାସ୍ତ୍ରୀୟ ଅର୍ଥାତ କଥକ ଅନ୍ଦାଜରେ ପରିବେଶଣ କରିଛନ୍ତି । ଯାହା ଦର୍ଶକ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ତେବେ ସେ କେବଳ ଏହି ଗୀତ ନୁହେଁ ବରଂ ଏହା ପୂର୍ବରୁ ଅନେକ ଗୀତରେ ଏଭଳି ନିଆରା ଢଙ୍ଗରେ ପରିବେଶଣ କରିଛନ୍ତି । ଯାହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରି ଆସିଛନ୍ତି । ୟୁଟ୍ୟୁବରେ ଏହି ଭିଡିଓ ଗତକାଲି ଶେୟାର କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More