Only for Entertainment

ଟଙ୍କା ଅଭାବରୁ ରୋଗୀଣା ସ୍ତ୍ରୀ ପାଇଁ ମେକାନିକ ସ୍ୱାମୀ ବନାଇଲେ ୩,୫୦୦ଟଙ୍କାର ଏୟାର କଣ୍ଡିସନର !

37

କଥାରେ ଅଛି, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଏହି କଥାଟିକୁ ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁର ଜନୈକ ମେକାନିକ୍ କେ ଅଖ୍‌ତର ଅଲ୍ଲୀ । ରୋଗଗ୍ରସ୍ତ  ସ୍ତ୍ରୀର ଇଚ୍ଛାକୁ ସମ୍ମାନ ଦେଇ ନିଜ ବୁଦ୍ଧିରେ ପରିବେଶ ଅନୁକୂଳ ଏୟାର କଣ୍ଡିସନର ତିଆରି କରିଛନ୍ତି ଅଲ୍ଲୀ, ଯାହା ତାଙ୍କୁ ଏବେ ଚର୍ଚ୍ଚାର ପରିସରକୁ ଆଣିଛି । ପୁଣି ଏଥିଲାଗି ଖର୍ଚ୍ଚ ହୋଇଛି ମାତ୍ର ୩,୫୦୦ ଟଙ୍କା।

ସୂଚନା ମୁତାବକ, ଅଲ୍ଲୀଙ୍କ ପତ୍ନୀଙ୍କ ସର୍ଜରୀ ପରେ ତାଙ୍କୁ ଘରକୁ ଅଣାଯାଇଥିଲା । ହସ୍ପିଟାଲରେ ଏୟାର କଣ୍ଡିସନର ରୁମ୍‌ରେ ରହିବାର ଅଭ୍ୟାସ ହୋଇ ଯାଇଥିବାରୁ ଅଲ୍ଲୀଙ୍କ ପତ୍ନୀ ଗରମ ହେତୁ ଘରେ ରହି ପାରି ନଥିଲେ । ଗରମ ପାଇଁ ତାଙ୍କୁ ଅସୁବିଧା ହେବାରୁ ସେ ଅଲ୍ଲୀଙ୍କୁ ଏୟାର କଣ୍ଡିସନର କିଣିବାକୁ କହିଥିଲେ । କିନ୍ତୁ ଏତେ ଟଙ୍କା ନ ଥିବାରୁ ଅଲ୍ଲୀ ନିଜେ  ପରିବେଶ ଅନୁକୂଳ ଏୟାର କଣ୍ଡିସନର ତିଆରି କରିବା କଥା ଚିନ୍ତା କରିଥିଲେ । ଯାହା ପରେ ସେ ୩,୫୦୦ଟଙ୍କା ଖର୍ଚ୍ଚରେ ପରିବେଶ ଅନୁକୂଳ ଏୟାର କଣ୍ଡିସନର ତିଆରି କରିବାରେ ସଫଳ ହୋଇଥିଲେ ।

ଏଥିରେ ସେ ସ୍ୱତନ୍ତ୍ର ପ୍ରକାରର ଘାସ(ଭେଟିଭର)କୁ ବ୍ୟବହାର କରି ପରିବେଶ ଅନୁକୂଳ ଏୟାର କଣ୍ଡିସନର ତିଆରି କରିଥିଲେ । ଏଥିରେ ଲାଗିଥିବା ମୋଟରକୁ ଚଳାଇବା ପାଇଁ ବ୍ୟବହାର ହେଉଥିବା ଇଲେକ୍ଟ୍ରିସିଟି ପାଇଁ କେବଳ ଅଲ୍ଲୀ ଟଙ୍କା ଗଣୁଥିବା ବେଳେ ଏହି ଏୟାର କଣ୍ଡିସନର ଦ୍ୱାରା ଘରର ଉତ୍ତାପକୁ ୧୦ଡିଗ୍ରୀ ପର୍ଯ୍ୟନ୍ତ ଅଣା ଯାଇ ପାରିବ ବୋଲି ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More