Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 39

ମେଷ: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ପୁରୁଣା ଚିନ୍ତା ଆଜି ସମାପ୍ତ ହେବ। ରାଜନେତାଙ୍କ ସହିତ ସଂପର୍କ ମଜଭୁତ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ଶ୍ରୀ ଗଣେଶ।

ବୃଷ: ନିଜର ମହତ୍ତ୍ଵକୁ ଜାଣନ୍ତୁ। ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ; ଧୀର ଗତି ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ବନ୍ଧୁଙ୍କ ସହିତ ବସି ଗପସପ ଦ୍ୱାରା ମନ ହାଲୁକା ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

ମିଥୁନ: ଆପଣଙ୍କ ମନୋଭାବ ଭଲ ରହିବ। ପ୍ରଗତି ପଥରେ ଅଗ୍ରସର ହେବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ନୂଆ ଚାକିରି ମିଳିବାର ସୁଯୋଗ ରହିଛି। ସମାଜରେ ଆପଣଙ୍କ ମାନ-ସମ୍ମାନ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ଆପଣଙ୍କର ଅନ୍ତରଆତା୍ମ ପ୍ରଖର ରହିବ। ଆପଣଙ୍କ ସମ୍ମୁଖକୁ ଆସୁଥିବା ବ୍ୟକ୍ତିଙ୍କ ମନୋଭାବକୁ ଶୀଘ୍ର ବୁଝିନେବେ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ପ୍ରେମ ପ୍ରସଙ୍ଗ ଲାଗି ଦିନଟି ଅନୁକୂଳ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଶାରଳା।

ସିଂହ: ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ମନର କଥା କାହାରିକୁ କହିବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ସାଇରାମ।

କନ୍ୟା: ଭାବନାକୁ ସକାରାତ୍ମକ ବନାନ୍ତୁ। ଦୀର୍ଘଦିନର ମନସ୍କାମନା ପୂରଣ ହେବ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଷ୍ଟକ୍‌ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ ଲାଭଦାୟକ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

ତୁଳା: ସାରାଦିନ ଖୁସି ମନରେ ରହିବେ। ଆପଣଙ୍କର କିଛି ଆଶା ପୂରା ହେବାର ଯୋଗ ରହିଛି। ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ମଧୁର ହେବ। ଭାଗୀଦାରି କାରବାରରୁ ଯଥେଷ୍ଟ ଲାଭ ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ୟ୍ୟଦେବ।

ବିଛା: ଆଜି ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ବନ୍ଧୁଙ୍କ ଠାରୁ ଭଲ ଖବର ବା ଉପହାର ପାଇବେ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଉନ୍ନତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

ଧନୁ: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାର୍ୟ୍ୟ ସହଜରେ କରିପାରିବେ। ବ୍ୟବସାୟ ସମ୍ବନ୍ଧରେ ଭଲ ଖବର ପାଇବେ। ମହିଳାଙ୍କ ଭାବନା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଭୈରବୀ।

ମକର: ଦିନଟି ଆପଣଙ୍କ ଲାଗି ଉତଥାନ-ପତନ ଦେଇ ଗତି କରିବ। ବ୍ୟବସାୟ ଠିକ୍‌ ଢଙ୍ଗରେ ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଜୀବନସାଥୀ ଓ ପାଖଲୋକଙ୍କ ସହିତ ସମ୍ବନ୍ଧ ସୌହାର୍ଦ୍ଦପୂର୍ଣ୍ଣ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଶାରଳା।

କୁମ୍ଭ: ଚାକିରିରେ ସୁଖୀ ରହିବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ନୂଆ କାର୍ୟ୍ୟ ଅର୍ପଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ସରକାରୀ ନେଣଦେଣରେ ଆପଣ ଯଥେଷ୍ଟ ଲାଭ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

ମୀନ: ଦେବୀମାତାଙ୍କ ଧ୍ୟାନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଘର ପରିଷ୍କାର କରିବାରେ ସମୟ ଦେବେ। ଧନ ଆଗମନର ଯୋଗ ରହିଛି। ବ୍ୟବସାୟ ବିସ୍ତାର କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ନାରାୟଣୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More