Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 29

ମେଷ: ପୂଜାର୍ଚ୍ଚନାରେ ଅଧିକ ସମୟ କଟିବ। କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ବଢ଼ିବ। ଗୋଟିଏ ଦିଗରେ ପ୍ରୟାସ କରନ୍ତୁ; ସଫଳତା ପାଇବେ। ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ହର ପାର୍ବତୀ।

ବୃଷ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ପରିଜନଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଆନ୍ତୁ; ଶୁଭଫଳ ବୃଦ୍ଧି ହେବ। ରାଜନୀତିରେ ସାମାଜିକ କାର‌୍ୟ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଶାରଳା।

ମିଥୁନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ନିଜର ବ୍ୟବହାର ପ୍ରତି ଟିକେ ସତର୍କ ରହନ୍ତୁ। ମାତାପିତାଙ୍କ ଆଶୀର୍ବାଦ ନେଇ ଆଗକୁ ବଢ଼ନ୍ତୁ ସଫଳତା ମିଳିବ। ଗୁରୁତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

କର୍କଟ: ଦିନଟି ଶୁଭପ୍ରଦ। ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ରାଜନୈତିକ କାମରେ ରୁଚି ରହିବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ଧଳା। ଆରାଧନା: ସତ୍ୟନାରାୟଣ।

ସି˚ହ: କାମରେ ସଫଳତା ଲାଗି ପୂରା ଊର୍ଜା ଲଗାଇବାକୁ ପଡ଼ିବ। ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ଧନଲାଭର ନଜର ଆସିବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ଆଜି ଆପଣ ଊର୍ଜା ଓ ଆତ୍ମବିଶ୍ବାସ ଭରା ରହିବେ। ମନରେ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। କାର‌୍ୟ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ମିଳିବ। ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

ତୁଳା: ଦିନଟି ଆପଣଙ୍କ ଲାଗି ଢେର‌୍‌ ଶୁଭଫଳ ଆଣିଦେବ। ଆପଣଙ୍କୁ ପଇସା କମାଇବା ପାଇଁ ବିଚାର ଦେବା ଲୋକ ମିଳିବେ। ଆଇନକାନୁନ ମାମଲାରେ ଆରାମ ମିଳିବ। କୌଣସି ନିର୍ମାଣ କାର‌୍ୟ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବିଛା: ସଫଳତାର ନୂଆ ପାହାଚରେ ପାଦ ରଖିବେ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ନିକଟ ସ˚ପର୍କୀୟଙ୍କ ଦ୍ବାରା ଫାଇଦା ହେବ। ସନ୍ଧ୍ୟାରେ ପରିବାର ସହିତ ଆନନ୍ଦ ଉଲ୍ଲାସରେ ସମୟ କଟିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଭୈରବୀ।

ଧନୁ: ଆପଣଙ୍କ ବ୍ୟକ୍ତିତ୍ବ ସୂର‌୍ୟ୍ୟ ଭଳି ଚମକିବ। ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। କିଛି ଲୋକ ଆପଣଙ୍କର ରାୟ ନେବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ସୂର‌୍ୟ୍ୟଦେବ।

ମକର: ଭାଗ୍ୟ ବଦଳାଇବା ଲାଗି ଶୁଭ ସମୟ। ଯେତେ ମିଠା କଥା କହିିବେ ସେତେ ଲାଭ ପାଇବେ। ଚିତ୍ରଶିଳ୍ପୀଙ୍କୁ ଲାଭ ମିଳିବ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ଭାବନାରେ ସକାରାତ୍ମକ ବଜାୟ ରଖନ୍ତୁ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ମାତାପିତାଙ୍କ ରାୟ ନିଅନ୍ତୁ; ଭଲ ହେବ। ବ୍ୟବସାୟରେ ସଉଦା କରିବା ଲାଗି ରାଜ୍ୟ ବାହାରକୁ ଯିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ। କାର‌୍ୟ୍ୟ କ୍ଷେତ୍ରରେ ଏଭଳି ଅବସର ମିଳିବ ଯଦ୍ଦ୍ବାରା ଆମଦାନି ବୃଦ୍ଧି ହେବ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More