Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 37

ମେଷ: ଚାକିରିରେ ଥିବା ବ୍ୟକ୍ତି ଓ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ ରହିବ। କୌଣସି କାମରୁ ବଡ଼ ଫାଇଦା ହେବ। ପୁରୁଣା ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

ବୃଷ: ଆପଣଙ୍କର ପରାକ୍ରମ ବୃଦ୍ଧି ହେବ। ବେପାରରୁ ଅଚାନକ ଫାଇଦା ହେବ। ସରକାରୀ ଚାକିରିଆଙ୍କୁ ଶୁଭ ଖବର ମିଳିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନଯୋଗ ଦେବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

ମିଥୁନ: ପୂଜାପାଠରେ ଅଧିକ ସମୟ ବିତିବ। ମନରେ ନବୀନ ଉତ୍ସାହ ସ˚ଚାର ହେବ। ଯାହା ବି କାମ କରିବେ ସଫଳ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

କର୍କଟ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ନୂଆ କାମ ନୂଆ କୌଶଳରେ କରିବାକୁ ଚେଷ୍ଟା କରିବେ। ଘରକୁ ପୁରୁଣା ବନ୍ଧୁ ଆସିବେ। ଛାତ୍ରଙ୍କୁ କ୍ୟାରିୟର ଗଢ଼ିବା ଲାଗି ଅନୁଭବୀଙ୍କ ପରାମର୍ଶ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର‌୍ୟ୍ୟଦେବ।

ସି˚ହ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ବଢ଼ିବ। ଅଚାନକ ଧନଲାଭ ହେବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ଲୋକେ ସାହଯ୍ୟ ସହଯୋଗର ହାତ ବଢ଼ାଇଦେବେ। ନୂଆ ଚାକିରିରେ ଭଲ ଦରମା ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

ତୁଳା: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କାର‌୍ୟ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାର କରିନେବେ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହୋଇପାରେ। ଛାତ୍ରଙ୍କ କ୍ୟାରିୟରରେ ବଡ଼ ସଫଳତା ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ବରୀ।

ବିଛା: ଚାକିରିରେ ଅନୁକୂଳ ପରିବେଶ ପାଇବା ପାଇଁ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ଉଦାର ରହିଲେ ଆପଣଙ୍କୁ ଲାଭ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କୀଚକେଶ୍ବରୀ।

ଧନୁ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। କୌଣସି ବଡ଼ ସଫଳତା ମିଳିବ। ବ୍ୟାବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ। କମ ଦାମ୍‌ରେ ଭଲ ଭବନ ମିଳିପାରେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ମକର: ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି। ପରିବାର ସହିତ ଆନନ୍ଦପୂର୍ବକ ସମୟ ବିତେଇବେ। ଦୀର୍ଘ ଦିନର ସମ୍ବନ୍ଧ ପ୍ରେମରେ ବଦଳି ପାରେ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଖୁସ୍‌ ମିଜାଜରେ ରହିବେ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ନୂଆ କାରବାର କରିବା ଲାଗି ଆଗ୍ରହ ବଢ଼ିବ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଆପଣଙ୍କ ମନ ସକାରାତ୍ମକ କାମରେ ଲଗାନ୍ତୁ, ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ। ଅଫିସରେ ଗୁରୁତ୍ବପୂର୍ଣ୍ଣ ଫଇସଲା ନେଇପାରନ୍ତି। ଘରୋଇ ଜିନିଷପତ୍ର କିଣିବାରେ ଅଧିକ ପଇସା ଖର୍ଚ୍ଚ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More