Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
34

ମେଷ: ପରିଶ୍ରମର ସକାରାତ୍ମକ ଫଳ ମିଳିବ। ଆପଣ କିଛି ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। କୌଣସି କ˚ପାନିରୁ ଚାକିରିର ଇମେଲ୍‌ ଆସିପାରେ। ବନ୍ଧୁ ଆପଣଙ୍କ ପ୍ରତି ଖୁସି ରହିବେ। ଶୁଭରଙ୍ଗ: ମାଜେଣ୍ତା। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ଜୀବନରେ କ’ଣ ପାଇଛନ୍ତି, କ’ଣ ହରାଇଛନ୍ତି; ସେହି ହିସାବ ନିକାଶରେ ସମୟ କଟିବ। ଆପଣଙ୍କ ସମସ୍ୟାକୁ ନେଇ ଅଭିଭାବକଙ୍କ ସହିତ ଆଲୋଚନା କରନ୍ତୁ; ମନ ହାଲୁକା ହେବ। ଅଫିସରେ କାମର ବୋଝ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ମିଥୁନ: ଆପଣଙ୍କର ବହୁ ଦିନର ଇଚ୍ଛା ପୂରା ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ନୂଆ କାମରେ ରୁଚି ବଢ଼ିବ। ଚାକିରିରେ ବଡ଼ ସଫଳତା ମିଳିବା ଯୋଗ ରହିଛି। ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଦୁନିଆକୁ ଜିଣି ନେବା ଲାଗି ଆପଣଙ୍କ ଭିତରେ ଉତ୍ସାହ ରହିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ମିଶିବେ। କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଅତିଶୀଘ୍ର ପୂରା କରିବେ। ଆପଣଙ୍କ ଉନ୍ନତି ହେତୁ ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ସି˚ହ: ଆପଣଙ୍କର ମନୋଭାବ ମଜାକିଆ ରହିବ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ରଚନାତ୍ମକ କାମରେ ଆପଣଙ୍କର ନାମ ରହିବ। ଶାସନରେ ଥିବା ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବିରଜା।

କନ୍ୟା: ବୁଦ୍ଧିମତ୍ତାରେ କାମ କରନ୍ତୁ; ସଫଳତା ଓ ଲାଭ ପାଇବେ। ରାଜନେତାଙ୍କ ଲାଗି ଦିନଟି ବଢ଼ିଆ ରହିବ। ପାରିବାରିକ ଦାୟିତ୍ବ ସୁଚାରୁରୂପେ ନିର୍ବାହ କରିବେ। ପ୍ରେମିକାଙ୍କୁ ମନର କଥା କହିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଦିନଟି ଆପଣଙ୍କ କ୍ୟାରିୟର ଲାଗି ଅଧିକ ଶୁଭ ରହିବ। କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ଆସିବ ଯଦ୍ଦ୍ବାରା ଆମଦାନି ବୃଦ୍ଧି ହେବ। ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ପୂଜାପାଠରେ ସମୟ ବିତିବ। ଗରିବଙ୍କୁ କିଛି ଦାନ କରନ୍ତୁ, ଭାଗ୍ୟ ଉଜ୍ଜ୍ବଳ ହେବ। ଆପଣଙ୍କ କାମରେ ସିନିୟରଙ୍କ ସହଯୋଗ ମିଳିବ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ କୀଚକେଶ୍ବରୀ।

ଧନୁ: ଆଜି କିଛି ନୂଆ ଅନୁଭବ ପ୍ରାପ୍ତ ହେବ। ଭାବିଥିବା ସବୁ କାମ ଠିକ ଭାବରେ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭୈରବୀ।

ମକର: ଆପଣଙ୍କର ହାସ୍ୟକୌତୁକ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ଚାକିରିରେ ନିଷ୍ଠାର ସହିତ କାମ କଲେ ଭଲ ଫଳାଫଳ ମିଳିବ। ପରିବାର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ଫଇସଲା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଭାବିଥିବା କାମ ବିନା ବାଧାବିଘ୍ନରେ ସ˚ପନ୍ନ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପ୍ରିୟବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମୀନ: ଦିନଟି ବଢ଼ିଆ ରହିବ। ସବୁ ସମସ୍ୟାର ସମାଧାନ ହେବ। ଅଫିସରେ କୌଣସି ଖୁସି ଖବର ମିଳିବ। ବ୍ୟବସାୟରେ ଅର୍ଥନିବେଶରୁ ଲାଭ ହେବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More