Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 36

ମେଷ: ଚାକିରି ବୃତ୍ତିରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ଆସିବ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

ବୃଷ: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ। କାର୍ୟ୍ୟ କ୍ଷେତ୍ରରେ କୌଣସି ବଡ଼ ଅବସର ଆସିବ। ବୃତ୍ତି ମୂଳକ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ରୀଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ୟ୍ୟଦେବ।

ମିଥୁନ: ଆପଣଙ୍କ ଉପରେ ନକାରାତ୍ମକ ଚିନ୍ତା ପ୍ରାଧାନ୍ୟ ବିସ୍ତାର କରିପାରେ। କାରବାରର ଧୀର ଗତି ଯୋଗୁ ବ୍ୟସ୍ତ ହୁଅନ୍ତୁ ନାହିଁ। ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ମତଭେଦ ହୋଇପାରେ। ଆରୋଗ୍ୟ ଲାଭ ପାଇଁ ଖର୍ଚ୍ଚ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। କୌଣସି ନୂଆ ଦାୟିତ୍ଵ ମିଳିପାରେ। ସମାଜରେ ଆପଣଙ୍କ ମାନ-ସମ୍ମାନ ବଢ଼ିବ। ଭ୍ରମଣ ଓ ମଉଜ ମଜଲିସରୁ ମନ ଖୁସି ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଧବଳେଶ୍ୱର।

ସିଂହ: ଆପଣଙ୍କ ଭିତରେ ନୂଆ ଊର୍ଜା ସଂଚାର ହେବ। ନିଜ କାମ ମନଯୋଗ ସହକାରେ କରନ୍ତୁ; ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିିଁ। ଅଧ୍ୟାପକଙ୍କୁ ବଡ଼ କଲେଜରେ ବଢ଼ିଆ ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ମାଆ ଶାରଳା।

କନ୍ୟା: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ; ଦିନଟି ଭଲରେ କଟିବ। ସାକ୍ଷାତକାରରେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂଆ ଦାୟିତ୍ଵ ମିଳିପାରେ। ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବଗଳାମୁଖୀ।

ତୁଳା: ଆଜିର ଗ୍ରହଯୋଗ ହେତୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିିଁ। କୌଣସି ଉଚ୍ଚପଦ ପ୍ରାପ୍ତ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀକୃଷ୍ଣ।

ବିଛା: ଆର୍ଥିକ ମାମଲା ପାଇଁ ଦିନଟି ଭଲ ରହିବ। ପ୍ରତ୍ୟେକ କାମ ବିନା ବିଘ୍ନରେ ସଂପନ୍ନ ହେବ। ବାହନ କିଣିବା ପାଇଁ ଯୋଜନା କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

ଧନୁ: ଦିମାକରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। କର୍ମକ୍ଷେତ୍ରରେ କାହାରିକୁ ବନ୍ଧୁଭାବେ ଗ୍ରହଣ କରିବେ। ସାମାଜିକ କାର୍ୟ୍ୟରେ ଆପଣଙ୍କର ଯୋଗଦାନ ପାଇଁ ପୁରସ୍କାର ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ହରିଶଙ୍କର।

ମକର: ଆଜି ଆପଣଙ୍କୁ ଭାଗ୍ୟ ବହୁତ କିଛି ଦେବ। ଆୟ ବଢ଼ିବା ହେତୁ ଆର୍ଥିକ ଚିନ୍ତାରୁ ମୁକ୍ତି ପାଇବେ। ସନ୍ତାନଙ୍କ ସଫଳତାରୁ ଆପଣଙ୍କୁ ଖୁସି ମିଳିପାରେ। ଛାତ୍ରମାନେ ପରିଶ୍ରମର ଫଳ ନିଶ୍ଚିତ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆତ୍ମସମୀକ୍ଷାରେ ସମୟ ବିତିବ। ଶତ୍ରୁଙ୍କ ଗତିବଧି ଉପରେ ନଜର ରଖନ୍ତୁ। ଯେଉଁ କାମ ହାତକୁ ନେବେ ସଂପୂର୍ଣ୍ଣ କରି ବିଶ୍ରାମ ନିଅନ୍ତୁ। ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ମାତାପିତାଙ୍କ ଆଶୀର୍ବାଦରେ ମନୋବଳ ଦୃଢ଼ ରହିବ। ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ୟ୍ୟ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ୱରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More