Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 43

ମେଷ: ଆଗକୁ ବଢ଼ିବାର ଦିନଟିଏ। ଆପଣ ନିଜ କାମରେ ପ୍ରଶଂସା ଓ ପୁରସ୍କାର ପାଇବେ। କାରବାରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ମହିଳାଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ବୃଷ: ଆଗକୁ ବଢ଼ି ଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ଆୟର ନୂଆ ସ୍ରୋତ ମିଳିବ। ଚାକିରି ତଲାସରେ ଥିବା ବ୍ୟକ୍ତି ବଢ଼ିଆ ଚାକିରି ପାଇବେ। ଘରକୁ ନୂଆ ଅତିଥି ଆସିବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ୟ୍ୟଦେବ।

ମିଥୁନ: ପୂଜାପାଠରେ ଆପଣଙ୍କ ମନ ଯଥେଷ୍ଟ ଲାଗି ରହିବ। ମନର କଥା ଶୁଣନ୍ତୁ, ଆପଣଙ୍କ ପାଇଁ ଭଲ ହେବ। ଛାତ୍ରୀମାନେ ସାକ୍ଷାତକାରରେ ଭଲ କରିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ହର ପାର୍ବତୀ।

କର୍କଟ: ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ। ଧନଲାଭ ଯୋଗ ରହିଛି। ସନ୍ତାନଙ୍କ ସଫଳତାରୁ ଆପଣଙ୍କ ମନ ଖୁସି ରହିବ। ରାଜନୀତିରେ ସୀମା ବଢ଼ାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଲିଙ୍ଗରାଜ।

ସିଂହ: ହାସ୍ୟକୌତୁକ ମନୋଭାବରେ ରହିବେ। ବନ୍ଧୁ ଓ ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ। କଠିନ ପ୍ରଶ୍ନର ଉତ୍ତର ମିଳିଯିବ। କ୍ୟାରିୟର ସହିତ ସଂଲଗ୍ନ ନୂଆ ସୁଯୋଗ ଆସିପାରେ। ବ୍ୟବସାୟରେ ଭଲ ଫାଇଦା ହେବ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।

ତୁଳା: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ଅଫିସ୍‌ରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ନୂଆ ଦାୟିତ୍ଵ ଗ୍ରହଣ କରିବେ। ମହିଳାଙ୍କର ଚିତ୍ରାଙ୍କନ, ସାହିତ୍ୟ ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ଶ୍ରୀ ଗଣେଶ।

ବିଛା: ପ୍ରଭୁଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ। ବ୍ୟବସାୟରେ ଫାଇଦା ପାଇଁ କୌଣସି ବ୍ୟକ୍ତି ମିଳିବେ। ଅଫିସ୍‌ କାମରେ ସହର ବାହାରକୁ ଯାଇପାରନ୍ତି। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ଧନୁ: ପ୍ରତିଟି କାମ ସକାରାତ୍ମକ ଭାବନା ଘେନି କରନ୍ତୁ; ସଫଳତା ପାଇବେ। ଆପଣଙ୍କୁ ଘରୋଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଦୂରସ୍ଥାନକୁ ଯିବାର ଯୋଜନା କରିବେ। ସାହିତ୍ୟ ଆଦିରେ ରୁଚି ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭୈରବୀ।

ମକର: ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣ ସୁଖଦ ଓ ଆନନ୍ଦଦାୟକ ହେବ। କ୍ୟାରିୟର ଗଢ଼ିବା ପାଇଁ ନୂଆ ପ୍ରସ୍ତାବ ପାଇବେ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ନାରାୟଣୀ।

କୁମ୍ଭ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ବିରୋଧୀପକ୍ଷ ଗୁପ୍ତରୂପେ ଆପଣଙ୍କର ଗୁଣଗାନ କରିବେ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ଚିନ୍ତା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ମୀନ: ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କ ସହିତ ଖୁସିରେ ସମୟ କଟିବ। ବୈଦେଶିକ ବ୍ୟାପାର ସମ୍ବନ୍ଧିତ ଭଲ ଖବର ପାଇବେ। ବିବାହିତା କୌଣସି ଧର୍ମାନୁଷ୍ଠାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିରଜା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More