Only for Entertainment

ଜାଣନ୍ତୁ ଆଜିର ରାଶିଫଳ

25

 

ମେଷ: ଆପଣଙ୍କ ଧୢାନ ପରିବାର ଓ ପଇସା ଦିଗରେ ଲାଗି ରହିବ। ଅଫିସରେ କୌଣସି ପୁରସ୍କାର ବା ପ୍ରଶ˚ସା ମିଳିପାରେ। ବ୍ୟବସାୟରୁ ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ। ସନ୍ଧ୍ୟାରେ ପରିବାର ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ବାବା ଗୁପ୍ତେଶ୍ବର।

 

 

 

 

ବୃଷ: ଦେବୀମାତାଙ୍କ ଧୢାନରେ ମନ‌େର ସକାରାତ୍ମକ ଶକ୍ତି ସ˚ଚାର ହେବ। ବ୍ୟବସାୟରେ ପରିଧି ବଢ଼ିବ। ଲକ୍ଷ୍ମୀଙ୍କର ଆଗମନ ହେବ। ଅଫିସରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଆଖଣ୍ତଳମଣି।

 

 

ମିଥୁନ: ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣ ନିଜ ଲକ୍ଷ୍ୟ ହାସଲ ପାଇଁ ଠୋସ୍‌ ଯୋଜନା କରିବେ। ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଚନ୍ଦନେଶ୍ବର।

 

 

 

 

କର୍କଟ: କୌଣସି କାମ ପୂରା କରିବାରେ ବ୍ୟସ୍ତ ହୁଅନ୍ତୁନାହିଁ। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ, ଫାଇଦା ହେବ। ଯୁବତୀମାନେ ନିଜର ପ୍ରିୟବନ୍ଧୁଙ୍କ ସହିତ ଗପସପରେ ସମୟ ବିତେଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

 

 

 

ସି˚ହ: କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ବ୍ୟବସାୟରେ ତ୍ବରିତ ଫଇସଲା ଲାଭପ୍ରଦ ହେବ। କାମ ପରେ ସନ୍ଧ୍ୟାରେ ସମୟ ଆନନ୍ଦ ଭରା ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କଟକଚଣ୍ତୀ।

 

 

 

କନ୍ୟା: ପୁରୁଣା କାମ ପୂରା କରିବା ଲାଗି ଦିନଟି ଭଲ। ଆପଣଙ୍କର ଅନ୍ତରଆତ୍ମା ପ୍ରଖର ରହିବ। ଆପଣଙ୍କ ସମ୍ମୁଖକୁ ଆସୁଥିବା ବ୍ୟକ୍ତିଙ୍କ ମନୋଭାବକୁ ଶୀଘ୍ର ବୁଝିନେବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

 

 

ତୁଳା: ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ସୁଖଦ ସମାଚାର ମିଳିବାର ସମ୍ଭାବନା। ଘରକୁ ବନ୍ଧୁଙ୍କ ଆସିବା-ଯିବା ଲାଗି ରହିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଭଦ୍ରକାଳୀ।

 

 

 

ବିଛା: ଦିନଟି ଲାଭପ୍ରଦ ରହିବ। ଜରୁରୀ କାମ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ। ଷ୍ଟକ୍‌ ଓ ମିଚ୍ୟୁଆଲ୍‌ ଫଣ୍ତ୍‌ରେ ନିବେଶ ଲାଭଦାୟକ ରହିବ। ନୂଆ ଘର କିମ୍ବା ଜମି କିଣିବା ଲାଗି ଦିନଟି ଭଲ। ରାଜନୀତିରେ ମନୋକାମନା ପୂରା ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଚର୍ଚ୍ଚିକା।

 

 

 

ଧନୁ: ସାରାଦିନ ଖୁସି ମନରେ ରହିବେ। ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ। ସ୍ଥଗିତ ଥିବା କାମ ପୂରା ହେବ। ନୂଆ ସ୍ରୋତରୁ ଧନଲାଭ ହୋଇପାରେ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

 

 

 

ମକର: ଆଜି ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ନୂଆ ବ୍ୟବସାୟ ଲାଗି ଯୋଜନା କରିବେ। ଚାକିରି ସମ୍ବନ୍ଧୀୟ କୌଣସି ଭଲ ଖବର ମିଳିପାରେ। ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

 

 

 

କୁମ୍ଭ: ଦିନଟି ଆପଣଙ୍କ ଲାଗି ନୂଆ ସ୍ବାଗତ ନେଇ ଆସିଛି। ବ୍ୟବସାୟ ସମ୍ବନ୍ଧରେ ଭଲ ଖବର ପାଇବେ। ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବଗଳାମୁଖୀ।

 

 

ମୀନ: ଆଜି କୌଣସି କଥାକୁ ନେଇ ଟିକେ ଅଶାନ୍ତିରେ ରହିବେ। ସମସ୍ୟାକୁ ସମାଧାନ କରିବା ଲାଗି ପ୍ରୟାସ କରିବେ। ପଇସା ନେଣଦେଣ ସାବଧାନତାର ସହ କରନ୍ତୁ। ତୀର୍ଥ ଯାତ୍ରାରେ ଜୀବନସାଥୀଙ୍କ ସହିତ ଯାଆନ୍ତୁ, ଶୁଭ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More