Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
32

ମେଷ: ଆଜି ଆପଣ କ’ଣ ହରାଇଛନ୍ତି, କ’ଣ ପାଇଛନ୍ତି; ସେହି ଭାବନାରେ ଅଧିକ ସମୟ କଟିବ। ବିଶେଷ କାମ ପୂରା କରିବା ଲାଗି ବ୍ୟସ୍ତତାରେ ରହିବେ। ବ୍ୟବସାୟୀ ନୂଆ କରି ଭାଗୀଦାରି‌େର ବ୍ୟବସାୟ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନିଅନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କାଳୀଜାଈ।

ବୃଷ: ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ସ୍ବଭାବରେ ବିନମ୍ର ହୋଇ ଗୁରୁଜନଙ୍କ ସହିତ କଥାବାର୍ତ୍ତା କରନ୍ତୁ। ରାଜନେତାଙ୍କୁ ପରିଶ୍ରମର ଫଳ ମିଳିବ। କୌଣସି ନୂଆ ଜାଗାକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

ମିଥୁନ: ସମୟ ଆପଣଙ୍କ ଲାଗି ଅନୁକୂଳ। ଆଜି କିଛି ନୂଆ କରିବା ପାଇଁ ଭାବିବେ। ସାମାଜିକ ସ୍ଥିତି ମଜଭୁତ ହେବ। ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇବେ। ପୁରୁଣା କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ପ୍ରଗତି ପଥରେ ଅଗ୍ରସର ହେବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ପାଇବେ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ସି˚ହ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ଆପଣଙ୍କ ପରାମର୍ଶ ଅନ୍ୟମାନେ ଗ୍ରହଣ କରିବେ। କିଛି କାମରେ ଜୀବନସାଥୀଙ୍କ ସହଯୋଗ ପାଇବେ। ପଇସା ନେଣଦେଣ ପାଇଁ ଦିନଟି ଭଲ। ଘର ପାଇଁ ବିଳାସ ଉପକରଣ କିଣିବେ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଦୁର୍ଗା।

କନ୍ୟା: ବ୍ୟକ୍ତିତ୍ବର ବିକାଶ ହେବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼୍‌ଯନ୍ତ୍ର ରଚିବେ; ହେଲେ କିଛି କରିପାରିବେ ନାହିଁ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ଆଲୋଚନା ହୋଇପାରେ। ରାଜନୀତିରେ ସଫଳତା ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଯାହା ବି କାମ କରିବେ ଖୁବ୍‌ ଆରାମରେ ପୂରା ହେବ। ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବିଛା: ଭାଗ୍ୟ ଉଜ୍ଜ୍ବଳ ରହିବ। ରାଜନେତାଙ୍କ ସାହାଯ୍ୟ ପାଇବେ। ଧନଲାଭର ନୂଆ ରାସ୍ତା ଖୋଲିବ। ଜୀବନସାଥୀଙ୍କର ଖୁବ୍‌ ପ୍ରେମ ପାଇବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଛାତ୍ରଙ୍କୁ ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ସୁଫଳ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ଆପଣଙ୍କର ପୂରା ହେବାକୁ ଯାଉଥିବା କାର୍ଯ୍ୟରେ ବାଧା ଉପୁଜିବ। ବିଦେଶରେ ଥିବା ବନ୍ଧୁଙ୍କ ଠାରୁ ଶୁଭ ଖବର ପାଇପାରନ୍ତି। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆପଣ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମକର: ଖୁସ୍‌ ମିଜାଜ‌େର ରହିବେ। ଅନ୍ୟମାନଙ୍କ ସହିତ ହାସ୍ୟକୌତୁକ କରିବେ। ଆପଣଙ୍କର କୌଣସି ଯୋଜନା ସମୟ ପୂର୍ବରୁ ପୂରା ହୋଇଯିବ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଖୁସି ପାଇବେ। ଛାତ୍ରଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଦୁର୍ଗା।

କୁମ୍ଭ: ଈଶ୍ବରଙ୍କ ପ୍ରତି ଆସ୍ଥା ବଢ଼ିବ। ଆପଣଙ୍କ ନମ୍ର ବ୍ୟବହାର ପାଇଁ ଆପଣଙ୍କୁ ଲାଭ ମିଳିବ। ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ। ସେୟାର କିମ୍ବା ଜମି କିଣିବା ପାଇଁ ଭାବିବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ମଙ୍ଗଳା।

ମୀନ: ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିିତ ହେବ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟ କରିବାରେ ଅଧିକ ସମୟ ଦେବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More