Only for Entertainment

ଜାଣନ୍ତୁ ଆଜିର ରାଶିଫଳ

37

ମେଷ: ଖୁସ୍‌ ମିଜାଜରେ ରହିବେ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିିଁ। ଘରେ କୌଣସି କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ବେପାରିବର୍ଗଙ୍କୁ ଅଚାନକ ଧନଲାଭ ହେବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନଯୋଗ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

 

 

 

ବୃଷ: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ। ନୂଆ ଲୋକଙ୍କ ସହିତ ମିଶିବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରିବେ। ଛାତ୍ରଙ୍କର ପଢ଼ିବା ଲେଖିବା ପ୍ରତି ଆଗ୍ରହ ବଢ଼ିବ। ଶୁଭରଙ୍ଗ: କଫି। ଆରାଧନା: ସୂର୍ଯ୍ୟଦେବ।

 

 

ମିଥୁନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପାରିବାରିକ ମାମଲାକୁ ନେଇ ବ୍ୟସ୍ତତା ବଢ଼ିବ। କାହାରି ସହିତ କଥାବର୍ତ୍ତା ବେଳେ ବିନମ୍ର ଭାବ ରଖନ୍ତୁ। ବ୍ୟବସାୟର ସଉଦା ଲାଗି ଦୂରସ୍ଥାନକୁ ଯିବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

 

 

 

 

କର୍କଟ: ମାନସିକ ଅଶାନ୍ତିରୁ ମୁକ୍ତି ମିଳିପାରେ। ବ୍ୟବସାୟ ପରିବର୍ତ୍ତନରେ ଆପଣଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ରାଜନୀତିରେ ସାକ୍ଷାତ୍‌ ଆଲୋଚନା ଭଲ ରହିବ। କୌଣସି ଖୁସି ଖବର ମିଳିବ। ଛାତ୍ର ନିଜର ଗୁରୁଜନଙ୍କ ଠାରୁ ମାର୍ଗ ଦର୍ଶନ ନିଅନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସରସ୍ବତୀ।

 

 

 

ସି˚ହ: ପୂଜା ପାଠରେ ଆପଣଙ୍କ ମନ ଅଧିକ ଲାଗି ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅଫିସରେ ଲାଗି ରହିଥିବା ବିବାଦର ସମାଧାନ ହେବ। ବେକାରଙ୍କୁ ବଢ଼ିଆ ଚାକିରି ମିଳିବା ସମ୍ଭାବନା। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବଗଳାମୁଖୀ।

 

 

 

କନ୍ୟା: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ଆଜି ଆପଣଙ୍କୁ କୌଣସି ବିଶେଷ କଥାର ସୂଚନା ମିଳିବ। ଅଫିସରେ କୌଣସି କାମକୁ ନେଇ ଚିନ୍ତନ ମନ୍ଥନ କରିପାରନ୍ତି। ଆପଣ କୌଣସି ପାରିବାରିକ ସମାରୋହରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

 

 

 

ତୁଳା: ଦିନଟି ରଚାନାତ୍ମକ କାର୍ଯ୍ୟରେ ବିତିବ। ମହତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ଆପଣଙ୍କ ପରିଶ୍ରମରେ ମାତା ପିତା ଖୁସି ରହିବେ। କୌଣସି ନୂଆ ଜାଗାକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ତୀ।

 

ବିଛା: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ। ସବୁ କାମ ବଢ଼ିଆ ଢ଼ଙ୍ଗରେ କରିବେ। କାରବାର ସମ୍ବନ୍ଧରେ ବଡ଼ଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ। ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କିଚକେଶ୍ବରୀ।

 

 

 

ଧନୁ: ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ଅନୁଭବୀଙ୍କ ଠାରୁ ସାହାଯ୍ୟ ମିଳିପାରେ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। କୌଣସି ସ˚ପର୍କୀୟଙ୍କ ସହିତ ମିଳନର ଯୋଗ ରହିଛି। ବିଦ୍ୟାର୍ଥୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 

 

 

ମକର: ଭାଗ୍ୟ ଆପଣଙ୍କୁ ସାଥ ଦେବ। କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିପାରନ୍ତି। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଅଚାନକ ଧନପ୍ରାପ୍ତି ହେବ। ଛାତ୍ରଙ୍କୁ ସନିୟରଙ୍କ ସହଯୋଗମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା ଚନ୍ଦନେଶ୍ବର।

 

 

 

କୁମ୍ଭ: ଆର୍ଥିକ ମାମଲା ପାଇଁ ଦିନଟି ଭଲ। ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଧନଲାଭର ସୁଯୋଗ ରହିଛି। ଚାକିରିଆଙ୍କୁ ଭଲ ସୁଯୋଗ ମିଳିବାର ଯୋଗ ରହିଛି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

 

 

ମୀନ: ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। ନିଜ କାମରେ ଯଥେଷ୍ଟ ଲାଭ ପାଇବେ। କାହାରିକୁ କିଛି ଦେବାର ଯୋଜନା କରିବେ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିବା ଯୋଗ ରହିଛି। ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଗାୟତ୍ରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More