Only for Entertainment

ଜାଣନ୍ତୁ ଆଜିର ରାଶିଫଳ

46

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କୌଣସି ମାମଲାରେ ବଡ଼ଙ୍କ ସାହାଯ୍ୟ ମିଳିବ। ମାନସିକ ଶାନ୍ତି ଅନୁଭବ କରିବେ। ଚାକିରିରେ ସଫଳତା ମିଳିବା ଯୋଗ ରହିଛି। ବିଲ୍‌ଡରଙ୍କୁ ଅଚାନକ ଯଥେଷ୍ଟ ଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

 

 

 

 

ବୃଷ: ଆପଣଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। କୌଣସି ସ˚ପର୍କୀୟଙ୍କ ସହିତ ମିଶିବାର ଯୋଗ ରହିଛି। ପୁରୁଣା ଚିନ୍ତା ସମାପ୍ତ ହେବ। ଆଗକୁ ବଢ଼ିବାର ରାସ୍ତା ଖୋଲିଯିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ସୂର୍ଯ୍ୟଦେବ।

 

 

ମିଥୁନ: ଆଜି ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀ ଗଣେଶ।

 

 

 

 

କର୍କଟ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ଆପଣଙ୍କ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ଅଧିକାରୀ ବର୍ଗ ଆପଣଙ୍କ କାମରେ ପ୍ରଭାବିତ ହେବେ। ନାରାଜ ଥିବା ଜୀବନସାଥୀଙ୍କୁ ମନାଇବା ଲାଗି ଦିନଟି ଭଲ। ଛାତ୍ରଛାତ୍ରୀମାନେ ପରିଶ୍ରମର ସୁଫଳ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ବତୀ।

 

 

 

ସି˚ହ: ଆପଣଙ୍କର ସ୍ଥଗିତ ଥିବା ଯୋଜନା ପୂରା ହେବ। ରାଜନୀତିରେ ସାକ୍ଷାତ ଆଲୋଚନା ଭଲ ରହିବ। କାରବାରରେ ପଇସା ଲଗାଣ ପାଇଁ ଭାବି ପାରନ୍ତି। ଛାତ୍ର ନିଜର ଗୁରୁଜନଙ୍କଠାରୁ ମାର୍ଗ ଦର୍ଶନ ନିଅନ୍ତୁ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଅମ୍ବିକା।

 

 

 

କନ୍ୟା: ପୂଜାପାଠରେ ଆପଣଙ୍କ ମନ ଭଲ ରୂପେ ଲାଗି ରହିବ। ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। କୌଣସି କାମରୁ ବଡ଼ ଫାଇଦା ହେବ। ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ବରୀ।

 

 

 

ତୁଳା: କୌଣସି ପୁରୁଣା କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ସନ୍ତାନଙ୍କ କ୍ୟାରିୟର ଲାଗି ବଡ଼ଙ୍କର ପରାମର୍ଶ ନିଅନ୍ତୁ। ଅଫିସ୍‌ରେ କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ପାଟଣେଶ୍ବରୀ।

 

ବିଛା: ଆଜି ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ପ୍ରତିଟି କାମରେ ମନ ଲାଗିବ। ପରିବାର ସମ୍ବନ୍ଧୀୟ ଭଲ ଖବର ପାଇବେ। ବ୍ୟବସାୟ ଲାଗି ସଉଦା ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ଛାତ୍ରୀଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 

ଧନୁ: ବ୍ୟବସାୟରେ ଭଲ ଫାଇଦା ହେବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

 

 

 

ମକର: ଅଫିସ୍‌ରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ସହକର୍ମୀଙ୍କ ସହଯୋଗ ପାଇବେ। ବଜାରରେ ଅଟକିଥିବା ପଇସା ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂଆ ଦାୟିତ୍ବ ମିଳିପାରେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଲିଙ୍ଗରାଜ।

 

 

 

କୁମ୍ଭ: ଆଜି ଆପଣଙ୍କର ଆତ୍ମବିଶ୍ବାସ ଭରି ରହିବ। କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିପାରନ୍ତି। କୌଣସି କ˚ପାନିରେ ଚାକିରିର ଶୁଭ ଖବର ଆସିପାରେ। ଜମି ଦଲାଲଙ୍କ ପାଇଁ ଭଲ ଦିନଟିଏ। ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା।

 

 

 

ମୀନ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ। ଆଇନକାନୁନ ମାମଲାର ସମାଧାନ ହୋଇଯିବ। ଆପଣଙ୍କ ମନର କଥା ବନ୍ଧୁଙ୍କ ସହିତ ବାଣ୍ଟିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More