Only for Entertainment

ଜାଣନ୍ତୁ ଆଜିର ରାଶିଫଳ

47

ମେଷ: ମନ ଅଶାନ୍ତି ମୁକ୍ତ ରହିବ। ଆପଣଙ୍କୁ ସମ୍ମାନିତ କରାଯାଇପାରେ। ନୂଆ କାମରେ ରୁଚି ବଢ଼ିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ବ୍ୟବସାୟରେ ପରିଧି ବଢ଼ିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବୁଢ଼ୀଠାକୁରାଣୀ।

 

 

 

 

ବୃଷ: ଆପଣଙ୍କ ମନରେ ଶାନ୍ତି କାଏମ ରହିବ। ଅଫିସ ଆଲୋଚନାରେ ଆପଣ ନୂଆ ଲୋକଙ୍କ ସହିତ ମିଶିବେ। ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ବ୍ୟବସାୟ ମାମଲାରେ ଆପଣଙ୍କ ନିର୍ଣ୍ଣୟ ଲାଭପ୍ରଦ ହେବ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ମାଆ ଭଦ୍ରକାଳୀ।

 

ମିଥୁନ: ଆଜି ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଚାକିରି ପାଇଁ ଭଲ ପେକେଜ୍‌ ମିଳିବ। ଜୀବନସାଥୀଙ୍କ ସହିତ ପ୍ରେମପ୍ରସଙ୍ଗଯୁକ୍ତ ସନ୍ଧ୍ୟା ବଜାୟ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଗୋଲାପି। ଆରାଧନା: ଶ୍ରୀକୃଷ୍ଣ।

 

 

 

 

କର୍କଟ: ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସିନିୟର ଓକିଲଙ୍କ ସହିତ ଆପଣଙ୍କ ବିବାଦ ସମ୍ବନ୍ଧରେ ପରାମର୍ଶ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

 

 

 

ସି˚ହ: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆପଣଙ୍କ ପାଖଆଖରେ ଆନନ୍ଦଦାୟକ ବାତାବରଣ ରହିବ। ଆମଦାନିରେ ଅଚାନକ ବୃଦ୍ଧି ହେବ। ସନ୍ଧ୍ୟାରେ ମିତ୍ରଙ୍କ ସହିତ ଗପସପରେ ସମୟ କଟିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଅମ୍ବିକା।

 

 

 

କନ୍ୟା: ଆଜି ଆପଣଙ୍କର ଆତ୍ମବିଶ୍ବାସ ଭରି ରହିବ। ଅଫିସରେ ଆପଣଙ୍କୁ ସମସ୍ତେ ସହଯୋଗ କରିବେ। ନୂଆ କାରବାରରେ ପୁଞ୍ଜିନିବେଶ କରିପାରନ୍ତି। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଶାରଳା।

 

ତୁଳା: ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ଜୀବନସାଥୀଙ୍କ ସହିତ ବସି ଭବିଷ୍ୟତର ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ଧନଲାଭର ସୁଯୋଗ ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

 

 

ବିଛା: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ନେତୃତ୍ବ ‌େନବାର କ୍ଷମତା ରଙ୍ଗ ଆଣିବ। ବ୍ୟବସାୟ‌େର ବଡ଼ ସଉଦା ଲାଗି ସ୍ବାକ୍ଷର କରିବେ। ଅଫିସରେ ଆପଣଙ୍କର ରାୟ ରଖିବାର ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

 

ଧନୁ: ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ଘରକୁ କୌଣସି ସ˚ପର୍କୀୟ ଆସି ପାରନ୍ତି। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀ ଗଣେଶ।

 

 

 

ମକର: ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ସମାଜରେ ପ୍ରାଧାନ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରିବେ। ବେକାରଙ୍କୁ ଭଲ ଚାକିରି ମିଳିପାରେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଗୋଲାପି। ଆରାଧନା: ବାବା କପିଳାସ।

 

 

 

କୁମ୍ଭ: ଭାବନାରେ ସକାରାତ୍ମକତା ବଜାୟ ରଖନ୍ତୁ। କୌଣସି ମହତ୍ବପୂର୍ଣ୍ଣ ଫଇସଲା ନେଇ ପାରନ୍ତି। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ। ଛାତ୍ରଙ୍କୁ ବଢ଼ିଆ ଅବସର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

 

 

 

ମୀନ: ଆର୍ଥିକ ମାମଲାରେ ସାବଧାନତାର ସହ କାମ କରନ୍ତୁ। ସିନିୟର ଆପଣଙ୍କ କାମକୁ ନେଇ ପ୍ରଶ୍ନ କରିପାରନ୍ତି। ଛାତ୍ରଙ୍କୁ ମନମୁତାବକ ଫଳାଫଳ ପାଇବା ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ବତୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More