Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 37

ମେଷ: ରାଜନୀତିରେ ଅଧିକ ସମୟ ଚିନ୍ତିତ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆମଦାନି ପାଇଁ ସୁଯୋଗ ଆସିବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଷୟରେ ସଚେତନ ରହନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କଟକଚଣ୍ଡୀ।

ବୃଷ: ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଅତୁଟ ରହିବ। ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟକୁ ପ୍ରଭାବିତ କରିବ। ଚାକିରିରେ ଉନ୍ନତି ହୋଇପାରେ। ବଜାରରେ ଅଟକିଥିବା ପଇସା ମିଳିବ। ଷ୍ଟକ ଓ ମିଚ୍ୟୁଆଲଫଣ୍ଡରେ ନିବେଶ ଲାଭଦାୟକ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ୱରୀ।

ମିଥୁନ: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ଆପଣଙ୍କ କାମକୁ କତୃପକ୍ଷ ପ୍ରଶଂସା କରିବେ। ଧନପ୍ରାପ୍ତିର ଯୋଗ ପ୍ରବଳ ରହିଛି। ବେପାରରେ ନୂଆ ଅନୁବନ୍ଧ ହେବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ବଜାୟ ରହିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ତାରିଣୀ।

କର୍କଟ: ପ୍ରତ୍ୟେକ କାର୍ୟ୍ୟରେ ସଫଳ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ପରିଶ୍ରମର ଯଥେଷ୍ଟ ଶୁଭଫଳ ପାଇବେ। ପ୍ରେମ ବ୍ୟାପର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ସିଂହ: ଆପଣଙ୍କର ହାସ୍ୟରସିକ ମନୋଭାବ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବୈଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ପରିବାରଜନଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବଗଳାମୁଖୀ।

କନ୍ୟା: ଆପଣଙ୍କର ସ୍ୱଭାବ ନେତାଙ୍କ ଭଳି ରହିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆୟ ବୃଦ୍ଧି ହେବାରୁ ମନ ଖୁସି ହେବ। ସେୟାର ବା ଜମି କିଣିବା ପାଇଁ ଚିନ୍ତା କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ତୁଳା: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। କୌଣସି ନୂଆ କାମ ଶୁଭାରମ୍ଭ କରିବେ। ଅଫିସରେ କାହାରି ପ୍ରତି ଆକର୍ଷିତ ଅନୁଭବ କରିବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆଜି ଆପଣ ସତ୍ୟର ସାଥ୍‌ ଦେବେ। ଆପଣଙ୍କ ନମ୍ର ସ୍ୱଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ପୂର୍ବରୁ କରିଥିବା କାମରୁ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କୁ ପଢ଼ିବା ଲେଖିବା ଓ ପ୍ରତିଯୋଗୀତାରେ ସଫଳତା ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବିମଳା।

ଧନୁ: ଆଜି କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଅନ୍ୟମାନଙ୍କ ଗଣ୍ଡଗୋଳକୁ ପଶନ୍ତୁ ନାହିିଁ। ପାରିବାରିକ ଭାଗବଣ୍ଟାକୁ ନେଇ କିଛି ବିବାଦ ହୋଇପାରେ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଲିଙ୍ଗରାଜ।

ମକର: ଆଜି ଆପଣଙ୍କ ମନୋବଳ ଦୃଢ଼ ହେତୁ ସବୁ କାମରେ ସଫଳତା ହାସଲ କରିବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ହେବ। ବ୍ୟବସାୟରେ ସଫଳତା ମିଳିବା ଯୋଗ ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ଡଳମଣି।

କୁମ୍ଭ: ଆଜି ଆପଣ ନିଜର ଊର୍ଜାକୁ ଠିକ୍‌ ରୂପେ ବ୍ୟବହାର କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ମୀନ: ନିଜର ମଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣିବେ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ସୁନ୍ଦର ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସମଲେଶ୍ୱରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More