Only for Entertainment

ଜାଣନ୍ତୁ ଆଜିର ରାଶିଫଳ

77

ମେଷ: ଆଗକୁ ବଢ଼ିବାର ଦିନଟିଏ। ଯାହା ବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଯୁବକଙ୍କୁ ଚାକିରିର ସୁବର୍ଣ୍ଣ ସୁଯୋଗ ମିଳିବ। ମହିଳା ମାନଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

 

ବୃଷ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ସରକାରୀ କାମରେ କୌଣସି ଲୋକଙ୍କର ସହଯୋଗ ପାଇବେ। ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

 

 

ମିଥୁନ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ବ୍ୟାବସାୟିକ କାମରେ ଯାତ୍ରାରେ ଯାଇପାରନ୍ତି। ରାଜନୀତିରେ ଆର୍ଥିକ ଲାଭ ହେବ। ଅଫିସରେ ଆପଣଙ୍କୁ ଦାୟିତ୍ବପୂର୍ଣ୍ଣ କାମ ମିଳିବ। ଆପଣଙ୍କ ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ହର ପାର୍ବତୀ।

 

କର୍କଟ: ଆଜି ଆପଣ ଧୈର୍ଯ୍ୟ ଧରି କାମ କରିବାର ଆବଶ୍ୟକତା ରହିଛି। ବଡ଼ଙ୍କ ରାୟ ଗ୍ରହଣ କରନ୍ତୁ ଲାଭ ହେବ। ବ୍ୟବସାୟ ମାମଲାରେ ଯାତ୍ରାର ଯିବା ଲାଗି ଯୋଜନା କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସମଲେଶ୍ବରୀ।

 

 

 

 

ସି˚ହ: ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ। ଆପଣଙ୍କୁ କୌଣସି ଅଜ୍ଞାତ ସ୍ରୋତରୁ ଧନଲାଭ ହୋଇପାରେ। କାରବାରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଅଫିସରେ କୌଣସି ନୂଆ ପରିଯୋଜନାର କାମ କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

 

 

କନ୍ୟା: ଆପଣ ନିଜ ଲକ୍ଷ ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ରାଜନୀତିକ କାମରେ ରୁଚି ରହିବ। ଜୀବନସାଥୀଙ୍କ ଠାରୁ ଭଲ ଖବର ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ସନ୍ତୋଷୀମାତା।

 

ତୁଳା: ଦିମାକରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ଜୀବନସାଥୀଙ୍କ ସହିତ ଧର୍ମସ୍ଥାନକୁ ଯିବାର ଯୋଜନା କରିବେ। ଯେଉଁମାନଙ୍କର ସୋରୁମ ଅଛି ସେମାନଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭୈରବୀ।

 

 

 

ବିଛା: ଆଜି ଆପଣଙ୍କୁ ବେପାରରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବାଦ ବିବାଦ ଠାରୁ ଦୂରେଇ ରହଲେ ଭଲ ହେବ। କୌଣସି ସମାରୋହରେ ନିକଟ ସ˚ପର୍କିୟଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

 

ଧନୁ: ଦିନଟି ଉତ୍ସାହ ବର୍ଧକ ରହିବ। ଆପଣଙ୍କର କିଛି ଜରୁରୀ କାମ ପୂରା ହେବ। ସରକାରୀ କ୍ଷେତ୍ରରେ ଲାଭ ପାଇବେ। ସନ୍ଧ୍ୟାରେ କୌଣସି ଶୁଭ ସମାଚାର ମିଳିପାରେ। ପ୍ରିୟ ବନ୍ଧୁଙ୍କ ସହିତ ସମୟ ବଢ଼ିଆ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

 

ମକର: ପୂରା ଦିନ ମନରେ ପ୍ରସନ୍ନତା ବଜାୟ ରହିବ। ଆପଣଙ୍କ କ˚ପାନିର ବଡ଼ କ˚ପାନି ସହିତ ସଉଦା ହୋଇପାରେ। ରାଜନୀତିରେ ଆର୍ଥିକ ଲାଭ ହେବ। ପରିବାର ଲୋକଙ୍କ ସହିତ ଅଧିକରୁ ଅଧିକ ସମୟ ବିତେଇବାର ସୁଯୋଗ ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

 

 

 

କୁମ୍ଭ: ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। ଆପଣଙ୍କର କୌଣସି କାମ ପାଇଁ ସମ୍ମାନିତ ହୋଇପାରନ୍ତି। ବିରୋଧୀପକ୍ଷ ଗୁପ୍ତରୂପେ ଆପଣଙ୍କର ପ୍ରଶ˚ସା କରିବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

 

ମୀନ: ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କ ସହିତ ଅଧିକ ସମୟ ବ୍ୟୟ କରିବେ। ଆର୍ଥିକ ରୂପେ ସଫଳ କରିବା ଯୋଜନାରେ ସଫଳ ହେବେ। ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More