Only for Entertainment

ଜାଣନ୍ତୁ ଆଜିର ରାଶିଫଳ

153

ମେଷ: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ। ଯାହା ବି କାମ କରିବେ ଖୁବ୍‌ ଆରାମରେ ପୂରା କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବୃଷ: ଭାଗ୍ୟ ଆପଣଙ୍କୁ ଭଲ ସୁଯୋଗ ଦେବ। ବ୍ୟବସାୟ ବୃଦ୍ଧି ଲାଗି ବନ୍ଧୁ ସହଯୋଗ କରିବେ। ମହିଳାମାନଙ୍କୁ ପରିଶ୍ରମର ବଳ ଉପରେ ସଫଳତା ମିଳିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହୋଇପାରନ୍ତି। ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ମିଥୁନ: ଖୁସ୍‌ ମିଜାଜରେ ରହିବେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଲାଭ ପାଇଁ ଭଲ ଅବସର ପ୍ରାପ୍ତ ହେବ। ଅଫିସରେ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ। ଆଇନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର।

କର୍କଟ: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ହ୍ବାଟସଅପରେ ବନ୍ଧୁଙ୍କ ସହିତ ଚାଟିଙ୍ଗ‌େର ସମୟ ବିତିବ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ନେଇ ଆସିବ। ସେୟାର କିଣିବେ ବା ନୂଆ କାରବାରରେ ଅର୍ଥ ନିବେଶ ପାଇଁ ବିଚାର କରିବେ। ଆପଣଙ୍କୁ ଏକକାଳୀନ ଅନେକ କାମ ସମ୍ଭାଳିବାକୁ ପଡ଼ିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କନ୍ୟା: ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁଙ୍କ ମେଳରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। କାରବାରରେ ଆପଣଙ୍କୁ ଲାଭ ହେବ। ପାରିବାରିକ ଜୀବନରେ ସୁଖୀ ରହିବେ। ଶୁଭରଙ୍ଗ: ମେରୁନ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ପୂଜାପାଠରେ ସମୟ ବିତିବ। ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। କୌଣସି କାମରେ ସାମାନ୍ୟ ପରିଶ୍ରମରୁ ହିଁ ଧନଲାଭ ହେବ। ଘରକୁ ଅତିଥି ଆସିବା ଯିବା ଲାଗି ରହିବ। ଅର୍ଥଶାସ୍ତ୍ର ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ବରୀ।

ବିଛା: କ୍ୟାରିଅରରେ ଆଗକୁ ବଢ଼ିବା ପାଇଁ ନୂଆ ଅବସର ସାମନାକୁ ଆସିବ। କୌଣସି କାମରେ ବାହାରକୁ ଯିବାକୁ ପଡ଼ିପାରେ। ଆର୍ଥିକ ପକ୍ଷ ଯଥେଷ୍ଟ ମଜଭୁତ ହେବ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ନୂଆ ଲୋକମାନଙ୍କ ସହିତ ମାପିଚୁପି ଚଳନ୍ତୁ। ନିଜ ବ୍ୟବସାୟକୁ ଅନ୍ୟ ସହରର ବିସ୍ତାର କରିବାକୁ ଭାବିବେ। ସ୍ବାସ୍ଥ୍ୟର ପୂରା ଧୢାନ ରଖନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ମକର: ଆପଣଙ୍କ ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ମାତା-ପିତାଙ୍କ ଆଶୀର୍ବାଦ ଆପଣଙ୍କ ସାଥିରେ ରହିବ। କାରବାରରେ ଆପଣଙ୍କର ଲାଭ ହିଁ ଲାଭ ହେବ। ଜୀବନସାଥୀଙ୍କ ଠାରୁ ଢେ଼ର‌୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ପାରିବାରିକ ଜୀବନରେ ସାମଞସ୍ୟ ବଜାୟ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମହାଲକ୍ଷ୍ମୀ।

ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣଙ୍କର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। କ୍ୟାରିଅରରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। ବେପାରିବର୍ଗଙ୍କୁ ଅଚାନକ ଧନଲାଭ ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ସାଇରାମ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More