Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 47

ମେଷ: ଆପଣ ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଛାତ୍ରୀମାନେ ଅଧ୍ୟୟନରେ ଅଧିକ ସମୟ ଦେବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ପାଟଣେଶ୍ୱରୀ।

ବୃଷ: ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ଅଫିସ୍‌ରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। ବ୍ୟବସାୟରେ ସଫଳତା ମିଳିପାରେ। ପରିବାର ଓ ସମାଜରେ ଆପଣଙ୍କୁ ସମ୍ମାନ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ନାରାୟଣୀ।

ମିଥୁନ: ଆପଣଙ୍କୁ ଘରୋଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ରେ କଥା ହୁଅନ୍ତୁ ନାହିଁ। କୌଣସି କାମକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କର୍କଟ: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ଅଚାନକ ଧନଲାଭ ଯୋଗ ରହିଛି। ବ୍ୟବସାୟରେ ବଡ଼ ସଉଦା ପାଇଁ ସ୍ୱାକ୍ଷର କରିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ସିଂହ: ଆଜି ଆପଣ ସୂର୍ୟ୍ୟ ଭଳି ଚମକିବେ। ନୂଆ କାମର ଶୁଭାରମ୍ଭ କରିବେ। କୌଣସି ସମାରୋହରେ କାହାରିକୁ ନୂଆ ବନ୍ଧୁଭାବେ ଗ୍ରହଣ କରିବେ। ପରିବାରରେ ହସଖୁସିର ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କନ୍ୟା: ଧର୍ମକାର୍ୟ୍ୟରେ ସହଯୋଗ କରନ୍ତୁ, ବେପାର ଉଦ୍ୟୋଗରୁ ଲାଭ ପାଇବେ। ଚାକିରିରେ ଟିକେ ଅଶାନ୍ତି ଦେଖାଦେବ। ପରିବାର ସହିତ ସମୟ ବିତେଇବାର ସୁଯୋଗ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମଝିଘରିଆଣୀ।

ତୁଳା: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। ନୂଆ ଘର ଓ ବାହନ କିଣିବା ପାଇଁ ସମୟ ଶୁଭ। ସପରିବାର ବାହାରକୁ ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲୋକନାଥ।

ବିଛା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆୟର ନୂଆ ସ୍ରୋତ ମିଳିପାରେ। ଅବିବାହିତଙ୍କୁ ନିକଟ ସଂପର୍କୀୟଙ୍କ ଠାରୁ ବିବାହର ଭଲ ପ୍ରସ୍ତାବ ମିଳିବ। ଛାତ୍ରମାନେ କ୍ୟାରିୟର ଗଢ଼ିବା ପାଇଁ ଭଲ ସୁଯୋଗ ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭୈରବୀ।

ଧନୁ: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଦେବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ଛାତ୍ରଛାତ୍ରୀଙ୍କୁ ଆଜି ପରିଶ୍ରମ ଅଧିକ କରିବାକୁ ପଡ଼ିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ। ରାଜନୈତିକ ପରିଧି ବଢ଼ିବ। ରାଜ୍ୟ ବାହାରକୁ ଯାତ୍ରା କରିବା ଯୋଗ ରହିଛି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ନାରାୟଣୀ।

କୁମ୍ଭ: ସୌଭାଗ୍ୟ ପ୍ରାପ୍ତିର ଦିନଟିଏ। ଲାଗିରହିଥିବା ସମସ୍ୟାର ସମାଧାନ ହେବ। ରାଜନୀତିରେ ସୀମା ବଢ଼ାଇବେ। ଗାଁ ମୁଖିଆଙ୍କ ସହିତ ସଂପର୍କ ମଜଭୁତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ମୀନ: କର୍ମକ୍ଷେତ୍ରରେ ପ୍ରଶଂସା ମିଳିବା ହେତୁ ଖୁସି ରହିବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More