Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 42

ମେଷ: ମାଆଙ୍କ ସ୍ନେହ ଆପଣଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। କାର୍ୟ୍ୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ଚାକିରିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନୂଆ କଂପାନିରେ ଚାକିରର ପ୍ରସ୍ତାବ ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ମାତାପିତାଙ୍କ ସେବାରେ ଭଲ ଫଳ ମିଳିବ। ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରା ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପ୍ରିୟବନ୍ଧୁଙ୍କ ସହିତ ଧର୍ମକ୍ଷେତ୍ରକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

ମିଥୁନ: ଆପଣଙ୍କ ଉପରେ ନକାରାତ୍ମକ ଚିନ୍ତା ପ୍ରାଧାନ୍ୟ ବିସ୍ତାର କରିପାରେ। ପରିବାରରେ ବଡ଼ଙ୍କ ଆଶୀର୍ବାଦ ନିଅନ୍ତୁ। କଷ୍ଟ ମନେ ହେଉଥିବା କାର୍ୟ୍ୟ ସହଜରେ ହୋଇଯିବ। ନେଣଦେଣରେ ସାବଧାନ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

କର୍କଟ: ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ଆର୍ଥିକ ଲାଭ ମିଳିବା ହେତୁ ମନ ଖୁସି ରହିବ। ରାଜନେତା ଆପଣଙ୍କୁ ବଡ଼ କାର୍ୟ୍ୟ ଅର୍ପଣ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ କୀଚକେଶ୍ୱରୀ।

ସିଂହ: ଆପଣଙ୍କର ଆତ୍ମବିଶ୍ୱାସ ବଜାୟ ରହିବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଚାକିରି ଅନେ୍ଵଷଣରେ ଥିବା ବ୍ୟକ୍ତିମାନେ ଶୁଭ ଖବର ପାଇବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

କନ୍ୟା: ଆପଣଙ୍କ ମନୋଭାବ ହାସ୍ୟରସିକ ରହିବ। ପିଲାମାନଙ୍କ ସହିତ ଅଧିକ ସମୟ ବ୍ୟୟ କରିବେ। ସହକର୍ମୀଙ୍କ ସହଯୋଗରେ ଅଧୁରା କାମ ପୂରା ହୋଇପାରେ। ଛାତ୍ରଙ୍କ ମନ ଲେଖାପଢ଼ାରେ ଲାଗି ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଶାରଳା।

ତୁଳା: ଦିନଟି ଆପଣଙ୍କ ପାଇଁ ଲାଭପ୍ରଦ ହେବ। କାର୍ୟ୍ୟକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବାହନ କିଣିବା ପାଇଁ ମନ ବଳିବ। ରାଜନୀତିରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

ବିଛା: ପୁରୁଣା କଥା ଭୁଲି ନୂଆ କାମର ଶୁଭାରମ୍ଭ କରିବେ। କୌଣସି ଖବର ପାଇ ମନୋବଳ କୁଣ୍ଢେମୋଟ ହେବ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଛାତ୍ରମାନେ ସାକ୍ଷାତକାରରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସୁରେଶ୍ୱରୀ।

ଧନୁ: ପୂଜାପାଠରେ ମନକୁ ଶାନ୍ତି ମିଳିବ। ଚାକିରିଆଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ। ବ୍ୟବସାୟରୁ ପରିଶ୍ରମର ଫଳ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

ମକର: ଆପଣଙ୍କର ଅଧିକ ସମୟ ଆତ୍ମଚିନ୍ତନରେ କଟିବ। ଚାକିରିରେ ବଦଳି ଯୋଗ ରହିଛି। ଶତ୍ରୁଙ୍କ ଷଡ୍‌ଯନ୍ତ୍ର ପ୍ରକଟ ହୋଇଯିବ। ନୂଆ ପରିଯୋଜନା ଆରମ୍ଭ କରନ୍ତୁ; ଲାଭ ହେବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ସମୟ ଆପଣଙ୍କ ପାଇଁ ଅନୁକୂଳ। ଆଗକୁ ବଢ଼ି ଚାଲିଲେ ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ଲାଗିରହିଥିବା ସମସ୍ୟାର ସମାଧାନ ହେବ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ଶତ୍ରୁଙ୍କ ଉପରେ ବିଜୟ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ରାଜନୀତିକ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଚାକିରି ପାଇଁ କରି ଆସୁଥିବା ପ୍ରୟାସରେ ଭଲ ଫଳାଫଳ ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବୁଢ଼ୀଠାକୁରାଣୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More