Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 41

ମେଷ: ଦିନଟି ଆପଣଙ୍କୁ ଯଥେଷ୍ଟ ଶୁଭଫଳ ପ୍ରଦାନ କରିବ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ଉନ୍ନତି ପାଇଁ ଲୋକ ପାଇବେ। ରାଜନୀତିରେ ମନସ୍କାମନା ପୂରଣ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: କୌଣସି କାର୍ୟ୍ୟ ଆରମ୍ଭ କରିବା ଲାଗି ସମୟ ଭଲ। ମିତ୍ରଙ୍କ ସାହାଯ୍ୟ ଓ ସହଯୋଗ ମିଳିବ। ସରକାରୀ କାମରେ ଲାଭ ମିିଳିବାର ଯୋଗ ରହିଛି। ଘରେ କୌଣସି ଭୋଜିର ଆୟୋଜନ କରିପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ଉଧାର ଦେଇଥିବା ଧନ ପ୍ରାପ୍ତ ହେବ। କଳା ଓ ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ପ୍ରଦର୍ଶନ କରିବେ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସମଲେଶ୍ୱରୀ।

କର୍କଟ: କାରବାରରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ ଏବଂ ସଫଳ ହେବେ। ରାଜନୀତିରେ ଲାଭ ମିଳିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଅଧିକ ସମୟ ଦେବେ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଗୁପ୍ତେଶ୍ୱର।

ସିଂହ: ଆପଣଙ୍କ ଶୌର୍ୟ୍ୟକୁ ବଳ ମିଳିବ। ଦୁଃସାହସିକ ପଦକ୍ଷେପ ନେଇ ସଫଳତା ଅର୍ଜନ କରିବେ। ବ୍ୟବସାୟୀଙ୍କୁ ଅଧିକ ଧନଲାଭ ହେବ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ପ୍ରିୟବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବିମଳା।

କନ୍ୟା: ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ। ଅଚାନକ ଧନଲାଭ ଯୋଗ ରହିଛି। କଳାକାରଙ୍କୁ ସିନେମାର ପ୍ରସ୍ତାବ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିରଜା।

ତୁଳା: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଖୁବ୍‌ ମଜା କରିବେ ଓ ଖୁସି ରହିବେ। କାର୍ୟ୍ୟାଳୟରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଧବଳେଶ୍ୱର।

ବିଛା: ଆପଣଙ୍କର କୌତୁକିଆ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗିବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। କୌଣସି ବଡ଼ ଫଇସଲା ତରବରିଆରେ ନିଅନ୍ତୁ ନାହିିଁ। ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ନାରାୟଣୀ।

ଧନୁ: ଧାର୍ମିକ ଭାବନା ଉଦୟ ହେବ। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। କାର୍ୟ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ମିଳିବ ଯାହା ଦ୍ଵାରା ଆମଦାନି ବୃଦ୍ଧି ହେବ। ରୁଷ୍ଟଥିବା ଜୀବନସାଥୀଙ୍କୁ ମନାଇବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମକର: ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ପଇସା ସମ୍ବନ୍ଧିତ କୌଣସି ବଡ଼ ମାମଲାର ସମାଧାନ ହୋଇଯିବ। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ଛାତ୍ର ନିଜର ଗୁରୁଜନଙ୍କ ଠାରୁ ମାର୍ଗ ଦର୍ଶନ ନିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ପୂଜାପାଠରେ ସମୟ ବିତିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ନିଃସ୍ୱାର୍ଥ ସମାଜ ସେବାରୁ ପ୍ରତିଷ୍ଠା ପାଇବେ। ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଧାର୍ମିକ କାର୍ୟ୍ୟରେ ଶ୍ରଦ୍ଧା ବଢ଼ିବ। କଷ୍ଟ ମନେହେଉଥିବା କାର୍ୟ୍ୟକୁ ଅଧିକ ପରିଶ୍ରମ ଦ୍ୱାରା ସହଜ ବନାଇନେବେ ଏବଂ ସେଥିରେ ସଫଳ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଅଫିସ୍‌ରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ସହିତ ମତଭେଦ ହୋଇପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଅମ୍ବିକା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More