Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 47

ମେଷ: ଯଶପ୍ରାପ୍ତିର ଦିନଟିଏ। ଯାହା ବି କାମ କରିବେ ସଫଳତା ପାଇବେ। ଆପଣଙ୍କ ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିପାରେ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

ବୃଷ: ଦିନଟି ଆପଣଙ୍କ ପାଇଁ ଖୁସିର ସନ୍ଦେଶ ନେଇ ଆସିଛି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା ଆଖଣ୍ଡଳମଣି।

ମିଥୁନ: ଧର୍ମକର୍ମ କରନ୍ତୁ; ଲାଭ ମିଳିବ। କୌଣସି ଶୁଭ ସୂଚନା ମିଳିବା ହେତୁ ଖୁସି ରହିବେ। ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଛାତ୍ରଛାତ୍ରୀଙ୍କୁ ପଢ଼ିବା, ଲେଖିବା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀ ଗଣେଶ।

କର୍କଟ: ପ୍ରଭୁଙ୍କୁ ଦର୍ଶନ କରନ୍ତୁ। ଆପଣଙ୍କର ମନୋକାମନା ପୂରଣ ହେବ। ବ୍ୟବସାୟରେ ନୂଆ ଚୁକ୍ତିନାମା କରିବେ। କୌଣସି ନିର୍ମାଣ କାର୍ୟ୍ୟ ପାଇଁ ଯୋଜନା କରିବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସିଂହ: ଦିନଟି ଭଲରେ କଟିବ। କାର୍ୟ୍ୟକ୍ଷେତ୍ରରେ ସଫଳତା ମିଳିବ। ବିଦେଶରେ ଚାକିରି ଲାଗି ପ୍ରୟାସ କରି ଆସୁଥିବା ବ୍ୟକ୍ତିମାନଙ୍କୁ ଶୁଭ ସଂକେତ ମିଳିପାରେ। ପରିବାର ସହିତ ଅଧିକ ସମୟ କଟାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

କନ୍ୟା: ସମୟ ଖୁବ୍‌ ଭଲ। ଆପଣଙ୍କ ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଭାବିବେ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଖେଳାଳିଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ବଗଳାମୁଖୀ।

ତୁଳା: ନେତୃତ୍ଵ ନେବାର କ୍ଷମତା ରଙ୍ଗ ଆଣିବ। ନୂଆ ମାନଦଣ୍ଡ ସ୍ଥାପିତ ହେବ। ନୂତନ କାରବାରରେ ଧନନିବେଶ ଲାଭଦାୟକ ରହିବ। ସନ୍ତାନଙ୍କ କ୍ୟାରିୟର ସମ୍ବନ୍ଧରେ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଖୁସ୍‌ ମିଜାଜରେ ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। କୌଣସି କାମ ଆରମ୍ଭ କରିବା ପୂର୍ବରୁ ପରିବାରର ବଡ଼ଙ୍କ ସମ୍ମତି ନିଅନ୍ତୁ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ବିଦ୍ୟାର୍ଥୀମାନେ ଶୁଭ ଖବର ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭୈରବୀ।

ଧନୁ: ଆପଣ ଶକ୍ତିଶାଳୀ ରହିବେ। ଆପଣଙ୍କ ଯୋଗ୍ୟତା ଅନୁସାରେ ଯଥେଷ୍ଟ କାମ ମିଳିବ। ବିଦେଶ ଯିବା ପାଇଁ ସମୟ ଶୁଭ। ଭାଗୀଦାର କାରବାରରୁ ଯଥେଷ୍ଟ ଲାଭ ମିଳିବ। ପରିବାରରେ ସୁଖ, ଶାନ୍ତି ବୃଦ୍ଧି ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ୟ୍ୟଦେବ।

ମକର: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଉନ୍ନତି ପାଇଁ ବିଭିନ୍ନ ବାଟ ଆପଣଙ୍କ ସାମନାକୁ ଆସିବ। ଶତ୍ରୁଙ୍କ ଉପରେ ବିଜୟ ପାଇବେ। ମହିଳାମାନେ ଖୁସିର ସହିତ ଜିନିଷ କିଣିବେ। ପ୍ରେମ ସଂପର୍କରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ବ୍ୟବସାୟରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ମିଳିବ। ଅଫିସ୍‌ରେ ଆପଣଙ୍କ ପରାମର୍ଶକୁ ସମସ୍ତେ ଆଦର କରିବେ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ମୀନ: ଦିନଟି ଆପଣଙ୍କ ଲାଗି ଦୁଃଖ ଓ ସୁଖ ଭରା ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ; ନଚେତ୍‌ ଆପଣଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More