Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 65

ମେଷ: ସଂଘର୍ଷର ଫଳ ସନ୍ତୋଷଜନକ ହେବ। ଆୟ ବଢ଼ିବା ହେତୁ ଆର୍ଥିକ ଚିନ୍ତା ଦୂର ହେବ। ପ୍ରିୟବନ୍ଧୁଙ୍କ ସହିତ ସାକ୍ଷାତ ହେବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧୂସର। ଆରାଧନା: ବାବା କପିଳାସ।

ବୃଷ: ଆପଣଙ୍କ ରୁଚି କଳାତ୍ମକ କାର୍ୟ୍ୟରେ ଅଧିକ ରହିବ। ଧନଲାଭର ନୂଆ ଅବସର ମିଳିପାରେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: କ୍ୟାରିୟରର ଠିକ୍‌ ଦିଶାରେ ଅଗ୍ରସର ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବନ୍ଧୁ ତଥା ପ୍ରିୟଜନ ମିଳନ। ଖୁସି ହୋଇ ଖର୍ଚ୍ଚ ଅଧିକ କରିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

କର୍କଟ: ଦିନଟିର ଶୁଭାରମ୍ଭ ଭଲରେ ହେବ। ସାହସ ବଢ଼ିବ, ସମ୍ମାନ ମିଳିବ ଓ ପଇସା ଆସିବ। ବିଦେଶ ଯିବାର ରାସ୍ତା ଉନ୍ମୁକ୍ତ ହେବ। ଅଫିସ୍‌ରେ କୌଣସି କଥାକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ଠିକ୍‌ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

ସିଂହ: ଆତ୍ମଚିନ୍ତନରେ ସମୟ ବିତିବ। ସମସ୍ୟାର ସମାଧାନ କରିବାରେ ଯତ୍ନବାନ ହେବେ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ସାମାଜିକ କାର୍ୟ୍ୟକ୍ରମରେ ଯୋଗ ଦେବାର ସୁଯୋଗ ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

କନ୍ୟା: ଗରମ ମିଜାଜରେ ରହିବେ। କଷ୍ଟରେ ଥିବା ଲୋକଙ୍କୁ ସହାୟତା କରିବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ତୁଳା: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେହେଉଥିବା କାମ ସହଜରେ କରିପାରିବେ। ସରକାରୀ କ୍ଷେତ୍ରରୁ ଲାଭ ମିଳିବ। ବ୍ୟବସାୟର ପ୍ରଗତି ଦିଗରେ ଧ୍ୟାନ ଦେବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ବଗଳାମୁଖୀ।

ବିଛା: ଆପଣଙ୍କ ଭାବନାକୁ ପ୍ରସଙ୍ଗ କରି ବିବାଦ କରନ୍ତୁ ନାହିଁ। ଯୌଥ କାରବାରରୁ ଲାଭ ପାଇବେ। ପରିବାର ମାମଲାରେ ମହତ୍ତ୍ଵପୂର୍ଣ୍ଣ ଫଇସଲା ନେବେ। ଜୀବନସାଥୀଙ୍କ ଠାରୁ କୌଣସି ଖୁସି ଖବର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

ଧନୁ: ଅଫିସକୁ ସୁନ୍ଦର ଭାବେ ସଜାଇପାରନ୍ତି। ଆପଣ ନିଜ ବ୍ୟବହାରରେ ଲୋକଙ୍କ ମନ ଜିଣିବେ। ଷ୍ଟକ୍‌ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ କରନ୍ତୁ, ଭବିଷ୍ୟତରେ ଭଲ ଲାଭ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ମକର: ମାଆବାପାଙ୍କ ଆଶୀର୍ବାଦ ନିଅନ୍ତୁ, ଆପଣ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ; ଯଦ୍ଦ୍ଵାରା ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ମହିଳା ବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ଆପଣଙ୍କ ଅନ୍ତରଆତ୍ମା ପ୍ରଖର ରହିବ। ଆପଣଙ୍କ ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ମନୋଭାବକୁ ଶୀଘ୍ର ବୁଝିନେବେ। ଆର୍ଥିକ ମାମଲାରେ ସୁଧାର ଯୋଗ ରହିଛି। ନୂଆ ପ୍ରକଳ୍ପରେ କାମ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ କଟକଚଣ୍ଡୀ।

ମୀନ: ଅଫିସ୍‌ରେ ବାତାବରଣ ଅନୁକୂଳ ରହିବ। କୌଣସି ବିଶେଷ ଦାୟିତ୍ଵ ମିଳିପାରେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। କାରବାରକୁ ନେଇ ମନରେ ନୂଆ ବିଚାର ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More