Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 47

ମେଷ: ଚାକିରିରେ କିଛି ପରିବର୍ତ୍ତନ ଦେଖାଦେଇପାରେ କିମ୍ବା ବଦଳି ହୋଇପାରନ୍ତି। ଭାବିଚିନ୍ତି ନୂତନ କାରବାରରେ ଧନନିବେଶ କରନ୍ତୁ। ପାରିବାରିକ ମାମଲାରେ ମହତ୍ତ୍ଵପୂର୍ଣ୍ଣ ଫଇସଲା କରିବେ। ଖାଦ୍ୟପାନୀୟ ପ୍ରତି ସତର୍କ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

ବୃଷ: ଆପଣଙ୍କ ଶୌର୍ୟ୍ୟକୁ ବଳ ମିଳିବ। ପ୍ରତିଟି କ୍ଷେତ୍ରରେ ନିର୍ଭୀକତାର ପରିଚୟ ଦେବେ। ଆଶା ଠୁଁ ଅଧିକ ଧନଲାଭ ହେବ। ବେକାରଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ଆଗକୁ ବଢ଼ିବାର ଦିନଟିଏ। ନିଜ ଉପରେ ବିଶ୍ୱାସ ରଖନ୍ତୁ। କୌଣସି ବଡ଼ କଂପାନିର ଚାକିରି ପାଇଁ ପ୍ରସ୍ତାବ ପାଇବେ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ନୂଆ ପ୍ରେମ ପ୍ରସଙ୍ଗର ସମ୍ଭାବନା ରହିଛି। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀକୃଷ୍ଣ।

କର୍କଟ: ଦୀର୍ଘ ଦିନରୁ କୌଣସି କଥାକୁ ନେଇ ମନରେ ଲାଗି ରହିଥିବା ଓଲଟପାଲଟ ସମାପ୍ତ ହୋଇଯିବ। ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଅସଫଳ ପ୍ରୟାସ କରିବେ। ପ୍ରେମରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ୟ୍ୟଦେବ।

ସିଂହ: ବ୍ୟକ୍ତିତ୍ଵ ଓ ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରେ। ଘର ଓ ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସରପ୍ରାପ୍ତ ହେବ। ପ୍ରିୟବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କନ୍ୟା: ମିତ୍ରଙ୍କ ସହଯୋଗ ପାଇ ଶତ୍ରୁଙ୍କୁ ପରାଜିତ କରିବେ। ବିଦ୍ୟୁତ୍‌ ଉପକରଣ ଦୋକାନ ଖୋଲିବା ଲାଗି ଦିନଟି ବହୁତ ଭଲ। ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ। ପ୍ରିୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ତୁଳା: ଅଫିସ୍‌ରେ ଦିନଟି ପ୍ରସନ୍ନତା ଭରା ରହିବ। ଉଜ୍ଜ୍ଵଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ ଏବଂ କାର୍ୟ୍ୟରୂପ ଦେବା ଲାଗି ପ୍ରୟାସ କରିବେ। ଜୀବନସାଥୀଙ୍କ ଠାରୁ ସୁଖ ପାଇବେ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ବିଛା: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ଠିକ୍‌ ଦିଶାରେ କାମ କରି ଲାଭ ପାଇବେ। ଭାବିଚିନ୍ତି ଭାଗୀଦାରିରେ ବ୍ୟବସାୟ କରନ୍ତୁ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭୈରବୀ।

ଧନୁ: ଦିନଟି ଆପଣଙ୍କ ଲାଗି ଖଟା ମିଠା ରହିବ। ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ଧୈର୍ୟ୍ୟ ଧରି କାମ କରନ୍ତୁ ସଫଳ ହେବେ। ପରିବାର ଲୋକ ଆପଣଙ୍କ ଉପରେ ଖୁସି ରହିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀ ଗଣେଶ।

ମକର: ଜୀବନକୁ ବିନା ବାଧାରେ ଜିଇଁବେ। କୌଣସି ସାମାଜିକ କାର୍ୟ୍ୟରେ ଯୋଗଦାନ କରିବେ। ଅଫିସରେ ଆପଣଙ୍କ ବ୍ୟବହାରରେ ସମସ୍ତେ ଖୁସି ରହିବେ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

କୁମ୍ଭ: ପୂଜାର୍ଚ୍ଚନାରେ ସମୟ ବିତିବ। କୌଣସି ଶୁଭ ସୂଚନା ପାଇବେ। ଆର୍ଥିକ ସ୍ଥିତିରେ ଲାଗି ରହିଥିବା ଚିନ୍ତା ଦୂର ହେବ। ଆପଣଙ୍କ କାମରେ ଉଚ୍ଚଅଧିକାରୀ ପ୍ରଭାବିତ ହେବେ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ତାରିଣୀ।

ମୀନ: ସଫଳତା ଓ ଲାଭ ପାଇବାର ଦିନଟିଏ। ମାତାପିତାଙ୍କର ସେବା କରନ୍ତୁ, ଉନ୍ନତି ହେବ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ଛାତ୍ରଛାତ୍ରୀମାନେ କ୍ୟାରିୟରରେ ବଡ଼ ସଫଳତା ପାଇବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More